ଅଦିନିଆ ବର୍ଷା ଉଜାଡ଼ିଦେଲା ଲିଚୁ ଚାଷ

ବଣାଇଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଦିନିଆ ବର୍ଷାରେ ଲିଚୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ।

ଲିଚୁ ଗୁଡ଼ିକ ବାହାରୁ ଲାଲ୍ ଟୁକଟୁକ୍ ଦିଶୁଥିଲେ ମଧ୍ୟ ଫଳ ଗୁଡ଼ିକ ବର୍ଷା ମାଡ଼ରେ ସଢ଼ିଯିବା ସହ ଭିତରୁ ପୋକ ଲାଗିଯାଇଛି। ଖଣ୍ଡାଧାର ଜଳପ୍ରପାତ ପାଣିକୁ ବ୍ୟବହାର କରି ଏହି ଲିଚୁ ଚାଷ କରାଯାଇଥାଏ। ଖଣ୍ଡାଧାର, ଦାଳବହାଳୀ, ମହୁଲଲଡ଼ା ପ୍ରଭୃତି ଅଞ୍ଚଳରେ ଚାଷୀ ଏହି ଋତୁରେ ଲିଚୁରୁ ବର୍ଷକର ଆୟ କରିଥାନ୍ତି। କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଚଳିତ ବର୍ଷ ଲିଚୁରେ ପୋକ ଲାଗିବା ଯୋଗୁଁ ଉଭୟ ଚାଷୀ ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଓଡ଼ିଶାର ବିଭିନ୍ନ ସହରରୁ ବ୍ୟବସାୟୀମାନେ ଆସି ଏଠାରୁ ଲିଚୁ ନେଇଥାନ୍ତି। କିନ୍ତୁ ଏ ବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଲିଚୁରେ ପୋକ ଲାଗିଯାଇଥିବାରୁ ଏଠାକାର ଲିଚୁକୁ କେହି ନେବାକୁ ନାରାଜ। ଏନେଇ ଚାଷୀଙ୍କ କହିବା କଥା, ଉଦ୍ୟାନ ବିଭାଗ ସେମାନଙ୍କୁ ସହଯୋଗ କରୁନାହିଁ। ତେବେ ଚାଷୀମାନେ ଯୋଗାଯୋଗ କଲେ ସେମାନଙ୍କୁ ସହଯୋଗ କରାଯିବ ବୋଲି ଉଦ୍ୟାନ ବିଭାଗ କହିଛିା

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like