ଦରମା ପାଇନାହାଁନ୍ତି ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ

ଭୁବନେଶ୍ୱର : ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି, ତଥାପି ମାର୍ଚ୍ଚ  ମାସର ଦରମା ପାଇନାହାନ୍ତି ରାଜ୍ୟର ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ସେମାନେ ପରିବାର ଚଳାଇବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ହଇରାଣ ହେଉଥିବା କହିଛନ୍ତି।

ତେବେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ବା HRMSରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କହିଛନ୍ତି ଅର୍ଥମନ୍ତ୍ରୀ।

ବଜ୍ରପାତରେ HRMS ସର୍ଭର ପୋଡ଼ିଯାଇଥିଲା ଏବଂ ତାହା ଅପ୍‌ଡେଟ୍ ହେବାରେ ବିଳମ୍ବ ହେଉଥିବାରୁ ଏଭଳି ସ୍ଥିତି  ଉପୁଜିଥିବା ସେ କହିଛନ୍ତି।

ଅଧିକ ଜାଣିବାକୁ ଏହି ଭିଡ଼ିଓ ଦେଖନ୍ତୁ –

You might also like