ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କ ସମ୍ପତ୍ତି ଠାବ

ରାଉରକେଲା : ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ୍‌ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।

ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ବିଦ୍ୟାଧର ଏବଂ ତାଙ୍କ ସମ୍ପର୍କୀୟଙ୍କ ନାଁରେ ୧୮ ଲକ୍ଷ ୭୬ ହଜାର ଟଙ୍କା ମୂଲ୍ୟର ୬ଟି ପ୍ଲଟ ଥିବାବେଳେ ୫୫ ଲକ୍ଷ ଟଙ୍କାର ଘର, ୧୩ ଲକ୍ଷ ଟଙ୍କାର କାର୍, ୧୦ ଲକ୍ଷ ଟଙ୍କାର ଜମାରାଶି, ବ୍ୟାଙ୍କ ଖାତାରେ ଥିବା ୧ ଲକ୍ଷ ୩୭ ହଜାର ଟଙ୍କା ଏବଂ ୧୭ ଲକ୍ଷ ୫୯ ହଜାର ଟଙ୍କା ମୂଲ୍ୟର ସୁନା ଗହଣାକୁ ଭିଜିଲାନ୍ସ ଅଧିକାରୀ ଠାବ କରିଛନ୍ତି।

ଦେଖନ୍ତୁ ଏହି ଭିଡ଼ିଓ-

You might also like