ତେଜିଲା ପୁଲିସ-ଓକିଲ ବିବାଦ
କଟକ : କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣା ପରେ ତେଜିଲା ପୁଲିସ-ଓକିଲ ବିବାଦ। ଅାଜି RDC ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍କୁ ପୋଡ଼ି ଦେଇଛନ୍ତି।
କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ କରିଥିଲେ।
ସେପଟେ ମାଡ଼ ଘଟଣା ପ୍ରତିବାଦରେ ହାଇକୋର୍ଟ ବାର୍ ଅାସୋସିଏସନ୍ ପକ୍ଷରୁ ଅାସନ୍ତାକାଲି ଯାଏଁ କାର୍ଯ୍ୟରେ ଯୋଗ ନଦେବାକୁ ନିଷ୍ପତ୍ତି ହୋଇଛି।