୧୯୮୫ ପରଠୁ ଭଣ୍ଡାର ଘର ଖୋଲା ନଯିବାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : କାହିଁକି ୧୯୮୫ ମସିହା ପରଠୁ ଆଉ ଖୋଲାଯାଇନି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଯଦିଓ ପ୍ରତି ୬ ମାସରେ ଥରେ ଭଣ୍ଡାର ଘର ସମ୍ପତ୍ତି ଯାଞ୍ଚ କରିବାକୁ ଜଗନ୍ନାଥ ଟେମ୍ପଲ୍ ରୁଲ୍‌ସରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ତାହା ଅନୁପାଳନରେ ଅସୁବିଧା ରହିଲା କେଉଁଠି ? ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନର ଆନ୍ତରିକତା ନାହିଁ ନା ଭିତର ଭଣ୍ଡାର ଚାବି ହଜି ଯାଇଥିବାରୁ ଜାଣିଶୁଣି ଏହା କରାଯାଇନାହିଁ ?  ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଭଣ୍ଡାର ଘର ଚାବି କିଏ ରଖିବ, ସମ୍ପତ୍ତି ତାଲିକା କେମିତି ହେବ ଓ କେଉଁ ମାନେ ଏହାର ଦାୟିତ୍ୱରେ ରହିବେ ତାହା ପ୍ରାଞ୍ଜଳ ଭାବେ ଲେଖା ଯାଇଛି।

ରତ୍ନ ଭଣ୍ଡାରରେ ଥିବା ସମସ୍ତ ସମ୍ପତ୍ତିକୁ ତିନି ପ୍ରକାରେ ତାଲିକାଭୁକ୍ତ କରାଯିବାକୁ କୁହାଯାଇଛି। ପ୍ରଥମଟି ଆଦୌ ବ୍ୟବହୃତ ହେଉନଥିବା ଧନରତ୍ନ, ଦ୍ୱିତୀୟଟି ପର୍ବ ପର୍ବାଣୀ ସମୟରେ ବ୍ୟବହୃତ ଅଳଙ୍କାର ଓ ତୃତୀୟଟି ଦୈନନ୍ଦିନ ନୀତିକାନ୍ତି ଲାଗି ଠାକୁରଙ୍କୁ ଲାଗି ହେଉଥିବା ଅଳଙ୍କାର ଓ ସାମଗ୍ରୀ ଇତ୍ୟାଦି। ଏ ସମସ୍ତ ଧନରତ୍ନ ଶ୍ରୀମନ୍ଦିର ପ୍ରଶାସକ, ଦୁଇଜଣ ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ, ଏସପି ଓ ଗଜପତି କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବ। ଯଦି ୧୯୨୬ ମସିହାରେ ପୁରୀ ଗଜପତି ଦେଇଥିବା ସମ୍ପତ୍ତି ତାଲିକା ଯାହା ଜିଲ୍ଲାପାଳଙ୍କ ରେକର୍ଡ଼ ରୁମରେ ରହିଛି, ସେଥିରେ କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ତାହାର ଏକ ପୃଥକ୍ ତାଲିକା କରାଯିବ। ତେଣୁ ୧୯୨୬ ମସିହାରେ ପୁରୀ ଗଜପତି ଦେଇଥିବା ତାଲିକା ଅନୁସାରେ ସମ୍ପତ୍ତି ରତ୍ନ ଭଣ୍ଡାରରେ ଅଛି ତ, ଯାହାକୁ ନେଇ ଉଠୁଛି ପ୍ରଶ୍ନ।

ଧନରତ୍ନ କେମିତି ରହିବ ଓ ରତ୍ନଭଣ୍ଡାର ଚାବି କିଏ ରଖିବେ ? ସେ ନେଇ ମଧ୍ୟ ଶ୍ରୀମନ୍ଦିର ଆଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଆଦୌ ବ୍ୟବହାର ହେଉନଥିବା ଅଳଙ୍କାର ସବୁକୁ ଭିତର ଭଣ୍ଡାରରେ ଦୁଇଟି ଜଉ ମୁଦ ତାଲା ପକାଯାଇ ରଖାଯିବ, ଯାହାର ଚାବି ମନ୍ଦିର ପ୍ରଶାସକ ସରକାରୀ ଟ୍ରେଜେରୀରେ ଦାଖଲ କରିବେ। ସେ ତାଲା କେବଳ ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଖୋଲାଯିବ। ସେହିଭଳି ପର୍ବପର୍ବାଣୀ ବେଳେ ବ୍ୟବହୃତ ଅଳଙ୍କାରକୁ ଦୁଇଟି ଚାବି ପକାଇ ରଖାଯିବ।

ଗୋଟିଏ ଚାବି ମନ୍ଦିର ପ୍ରଶାସକ ଓ ଅନ୍ୟଟି ପାଟ୍ଟଯୋଶୀ ମହାପାତ୍ରଙ୍କ ପାଖରେ ରହିବ। ଆଉ ଦୈନନ୍ଦିନ ନୀତିକାନ୍ତିରେ ଲାଗୁଥିବା ଅଳଙ୍କାର ଘରର ଚାବି ରଖିବେ ଭଣ୍ଡାର ମେକାପ। ତେଣୁ ଆଇନ ଅନୁସାରେ ଗଜପତିଙ୍କ ପାଖରେ ରତ୍ନ ଭଣ୍ଡାରର କୌଣସି ଚାବି ରହିବା କେଉଁଠାରେ ଉଲ୍ଲେଖ ନାହିଁ। ତେଣୁ ରତ୍ନଭଣ୍ଡାର ଚାବି ହଜିବାରେ ଗଜପତିଙ୍କୁ ଅଯଥା ଟଣାନଯାଉ ବୋଲି କହିଛନ୍ତି ବିରୋଧୀ।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like