କୋରାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

କୋରାପୁଟ/ ମାଲକାନଗିରି : କୋରାପୁଟ ଜିଲ୍ଲା ଜୟପୁର କାଳିଆଝୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ କୌଣସି କ୍ଷୟ କ୍ଷତି ହୋଇନାହିଁ। ହେଲେ ବିସ୍ଫୋରଣ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ସୂଚନା ମିଳିଛି।

ମାଓବାଦୀଙ୍କ ବିରୋଧରେ ସାଧାରଣ ଆଦିବାସୀ ଜନତା ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ଜଣାପଡ଼ିଛି। ମାଓବାଦୀମାନେ ବିଶୃଙ୍ଖଳା କରନ୍ତୁ ନାହିଁ ବୋଲି ପୋଷ୍ଟରରେ ଲେଖା ହୋଇଛି।

ଏପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି ଲାଲବାହିନୀ। କପାତୁଟି ଘାଟିର ୨ଟି ସ୍ଥାନରେ ମିଳିଛି ପୋଷ୍ଟର। କେନ୍ଦୁପତ୍ର ତୋଳାଳିଙ୍କୁ ଗତ ବର୍ଷର ଟଙ୍କା ଦେବାକୁ ଏହି ପୋଷ୍ଟର ଜରିଆରେ ଧମକ ଦିଆଯାଇଛି। ଟଙ୍କା ନ ଦେଲେ ମାଲକାନଗିରି ଛାଡ଼ି ପଳାଇବାକୁ ଧମକ ଦିଆଯାଇଛି। କାଲିମେଳା ସିପିଆଇ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ଆହୁରି ପଢ଼ନ୍ତୁ

You might also like