ମାନସିକ ଚାପରେ ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି।

ସେ ଡିପ୍ରେସନ୍‌ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି।

ଜଣେ ମନସ୍ତତ୍ୱବିତ୍ତ୍‌ ଲାଲୁଙ୍କ ଚିକିତ୍ସା କରିପାରନ୍ତି ବୋଲି ଜଣାପଡ଼ିଛି।

ଗତ ବୁଧବାର ଲାଲୁଙ୍କୁ ରିମ୍ସର ଏକ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତିଦିନ ୧୦୦୦ ଟଙ୍କା ଦେବାକୁ ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି।

ଅନ୍ତରୀଣ ଜାମିନ୍ ଶେଷ ହେବା ପରେ ସେ ଅଗଷ୍ଟ ୩୦ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ସେ ଜଣେ ହୃଦ୍‌ରୋଗୀ ହୋଇଥିବା ବେଳେ ତାଙ୍କ କିଡ୍‌ନୀରେ ବି ସମସ୍ୟା ରହିଛି।

ଆହୁରି ପଢ଼ନ୍ତୁ

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଆଜି ଦିଆଯିବ ଜେଟଲୀଙ୍କୁ ଅନ୍ତିମ ବିଦାୟ

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

ଜେଟଲୀ କରାଇଥିଲେ ସେହ୍ୱାଗଙ୍କ ବାହାଘର

ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଅସ୍ତମିତ ଅରୁଣ; ଥିଲେ ବିଜେପିର ସଂକଟ ମୋଚନ

ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା; ପ୍ରଧାନମନ୍ତ୍ରୀ ଓ ଶାହ କହିଲେ ଏମିତି

You might also like