ପୋଲିସ ମାଡ଼ରେ ଗୁରୁତର ମହିଳା : ଏସପିଙ୍କ ନିକଟରେ ଫେରାଦ ହେଲେ ଦମ୍ପତ୍ତି
ବୌଦ୍ଧ : ନୀରିହ ଦମ୍ପତ୍ତିଙ୍କୁ ବୌଦ୍ଧ ଥାନା ଅଧିକାରୀ ନିର୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ। ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସରସରା ଗାଁର ଦମ୍ପତ୍ତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।
ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ତାଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ପୋଲିସ ରାତି ଅଧରେ ଘରୁ ଉଠାଇ ଆଣିଥିଲା। ପରେ ଥାନାରେ ଆଣି ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତ୍ତି।
ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦମ୍ପତ୍ତି। ଏପଟେ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ବୌଦ୍ଧ ଏସପି। ଅଭିଯୋଗ ହେଲେ ତଦନ୍ତ କରାଯିବ।