ଶ୍ରମିକ ମୃତ୍ୟୁକୁ ନେଇ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା

କଟକ : ଶ୍ରମିକ ମୃତ୍ୟୁକୁ ନେଇ ଆଠଗଡ଼ସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ଗେଟ୍ ଆଗରେ ଧାରଣା ଦେଇଥିଲେ ଶ୍ରମିକ।

ପ୍ଲାଣ୍ଟ ପରିସରରେ ଡମ୍ପର ମାଡ଼ି ଯିବାରୁ ଆହତ ଅବସ୍ଥାରେ ଚିକିତ୍ସାଧୀନ ଥିଲେ ମୃତ ଶ୍ରମିକ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଶ୍ରମିକଙ୍କ ନାଁ ମାନସ ସ୍ୱାଇଁ। ତାଙ୍କ ଘର ଦ୍ୱାରାବତୀ ପୁରରେ। ତେବେ ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ହଟିଛି।

You might also like