କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନଙ୍କ ତନାଘନା। ଆଜି ମୂଷାଗୁଡ଼ା ଯାଇ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ତଦନ୍ତ କମିଶନ।

କମିଶନଙ୍କ ପକ୍ଷରୁ ତିନି ଜଣିଆ ଟିମ୍ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିଛନ୍ତି। କିଛି ଦିନ ତଳେ କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହା ପରେ ଜିଲ୍ଲା ଦୌରାଜଜ ମାମଲାର ତଦନ୍ତ ପାଇଁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଥିଲା।

ଏହି ମାମଲାରେ କମିଶନଙ୍କ ପକ୍ଷରୁ ଖୁବଶୀଘ୍ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି।

You might also like