ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ
କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଚାଲିଛି ସାକ୍ଷଗ୍ରହଣ। ଏଥିପାଇଁ ଜୟପୁର ସ୍ଥିତ ଜିଲ୍ଲା ଜଜ୍ କୋର୍ଟରେ ପହଞ୍ଚିଛନ୍ତି ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଓ HRPC ଇନ୍ସ୍ପେକ୍ଟର ମମତା ପାଣିଗ୍ରାହୀ।
ଗତ ଏପ୍ରିଲରେ ଜିଲ୍ଲା ଦୌରା ଜଜ କୋର୍ଟ ବିଚାରପତି ବିଦ୍ୟୁତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିଥିଲା। ତଦନ୍ତ କମିଶନଙ୍କ ଏହି ଟିମ୍ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଘଟଣାସ୍ଥଳକୁ ମଧ୍ୟ ଯାଇଥିଲା।