ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ

କୋରାପୁଟ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ଚାଲିଛି ସାକ୍ଷ୍ୟ ଗ୍ରହଣ। ଏହି ମାମଲାରେ ଆଜି ସାକ୍ଷ୍ୟ ପ୍ରଦାନ ପାଇଁ ଦୁଇ ଜଣ ସାକ୍ଷୀ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିକଟରେ ହାଜର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ଓ ଜୟପୁର ଥାନାର ତତ୍କାଳୀନ IIC ତପନ ନାରାୟଣ ରଥ। ଏହି ମାମଲାରେ ତଦନ୍ତ କମିଶନ ଗତ ୧୩ ତାରିଖରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଛନ୍ତି।

୧୩ ତାରିଖରେ ପ୍ରଥମେ ପଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଏବଂ ଏଚଆର୍‌ପିସି ଇନସପେକ୍ଟର ମମତା ପାଣିଗ୍ରାହୀ ବିଚାର ବିଭାଗୀୟ ତଦନ୍ତ ପାଇଁ ଗଠିତ କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

You might also like