କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ
କୁନ୍ଦୁଲି : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଚାଲିଛି। ଜୟପୁର ଜିଲ୍ଲା ଜଜ୍ ତଥା କୁନ୍ଦୁଲି କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଚାଲିଛି ସାକ୍ଷ୍ୟଗ୍ରହଣ। ଆଜି ଡାକ୍ତର ଆକାଂକ୍ଷା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଲାଇଭ୍ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ ସୁଜାତା ନାୟକ, ଜିଲ୍ଲା ହୋମଗାର୍ଡ ଡିଏସ୍ପି କିଶୋର ଚନ୍ଦ୍ର ଦାସ ପ୍ରମୁଖ ସାକ୍ଷ୍ୟପ୍ରଦାନ କରୁଛନ୍ତି।
ଏହି ସାକ୍ଷ୍ୟଗ୍ରହଣ ଅବଧି ଆସନ୍ତା ୨୫ ତାରିଖରେ ଶେଷ ହେଉଥିବାବେଳେ ପୀଡ଼ିତାଙ୍କ ପରିବାର ଏବଂ କିଛି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟଙ୍କ ବର୍ତ୍ତମାନ ସୁଦ୍ଧା ସାକ୍ଷ୍ୟଗ୍ରହଣ ହୋଇନି। ତାଙ୍କୁ ପର ମୂହୁର୍ତ୍ତରେ ନୋଟିସ୍ କରାଯାଇପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର କାଉନସିଲର୍ ପ୍ରଭାକର ପଟ୍ଟନାୟକ।