ପୁଣି ବଢ଼ିଲା କୁନ୍ଦୁଲି କମିଶନର କାର୍ଯ୍ୟକାଳ
ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନ୍ଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାରା ଆସନ୍ତା ଜୁନ୍ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ ଏହାକୁ ରାଜ୍ୟ ସରକାର ଆଉ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
୨୦୧୭ ମସିହା ଡିସେମ୍ବର ୨୬ରେ ଗଠନ ହୋଇଥିଲା କୁନ୍ଦୁଲି କମିଶନ। ଗତ ମାର୍ଚ୍ଚରେ ପ୍ରଥମ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଥିଲା। ତେବେ ବାରମ୍ବାର ତଦନ୍ତ କମିଶନଙ୍କ ଏଭଳି କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସାମାଜିକ କର୍ମୀମାନେ ଆପତ୍ତି ଉଠାଇଛନ୍ତି।