ଆପ୍ର ରାଜସ୍ଥାନ ପ୍ରଭାରୀ ପଦରୁ ବିଦା ହେଲେ କୁମାର ବିଶ୍ୱାସ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ। ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ୱାସଙ୍କୁ ନେଇ ଆମ୍ ଆଦମୀ ପାର୍ଟିର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଗତ ମେ ୨୦୧୭ରେ ଆପ୍ ନେତା କୁମାର ବିଶ୍ୱାସଙ୍କୁ ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ତେବେ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଥିବାରୁ ସେ ରାଜସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ସମୟ ଦେଇପାରୁ ନାହାଁନ୍ତି। ଏଥିପାଇଁ ତାଙ୍କୁ ରାଜସ୍ଥାନ ପ୍ରଭାରୀ ପଦରୁ ହଟାଇ ଦିଯାଇଥିବା କହିଛି ଦଳ। କୁମାର ବିଶ୍ୱାସଙ୍କୁ ବାହାର କରିବା ପରେ ଏବେ ରାଜସ୍ଥାନର ନୂଆ ପ୍ରଭାରୀ ହୋଇଛନ୍ତି ଦୀପକ ବାଜପେୟୀ।