ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ କୃଷ୍ଣଚନ୍ଦ୍ର ଶଗରିଆ

କୋରାପୁଟ  : ଧର୍ମରୁ ଧମ୍ମକୁ ଯାତ୍ରା। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମାର୍ଗରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମ ଛାଡ଼ି ଆଜି ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଛନ୍ତି କୃଷ୍ଣଚନ୍ଦ୍ର। ତାଙ୍କ ଗାଁ ଲକ୍ଷ୍ମୀପୁର ବୁର୍ଜାରେ ଆୟୋଜିତ ଧମ୍ମ କ୍ରାନ୍ତି ସମାରୋହରେ ଗତକାଲି ଯଜନଯାଜନ ସଭା ପରେ ଆଜି ବିଧିବଦ୍ଧ ଭାବେ ଶଗରିଆ ସପରିବାର ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି।

ଛତିଶଗଡ଼ରୁ ଆସିଥିବା ଭୋନତେ ବୁଦ୍ଧ ଘୋଷ , କୃଷ୍ଣଚନ୍ଦ୍ରଙ୍କ ସହ ପ୍ରାୟ ଶହେ ପରିବାରକୁ ବୌଦ୍ଧ ଧର୍ମର ଦୀକ୍ଷା ଦେଇଥିଲେ। ମୋହାସକ୍ତ ଜୀବନରୁ ମୁକ୍ତିକୁ ସୂଚାଉଥିବା ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ସେ ରାଜନୀତି ଜାରି ରଖିବେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।

ଅନୁସୂଚିତ ଜାତି ବର୍ଗର କୃଷ୍ଣଚନ୍ଦ୍ର, ଏବେ SCଙ୍କ ପାଇଁ ସଂରକ୍ଷିତ କୋରାପୁଟ ଆସନରୁ ବିଧାୟକ ଅଛନ୍ତି। ତାଛଡ଼ା ପ୍ରଦେଶ କଂଗ୍ରେସର ଏସ୍‌ସି ସେଲ୍ ଅଧ୍ୟକ୍ଷ ବି ଅଛନ୍ତି ଶଗରିଆ। ତେବେ ଧର୍ମ ପରିବର୍ତ୍ତନ ପରେ ଏହା ତାଙ୍କ ରାଜନୈତିକ କ୍ୟାରିୟରରେ କି ପ୍ରଭାବ ପକାଇବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ମତରେ ଓଡ଼ିଶା ଜାତିଗତ ପ୍ରମାଣପତ୍ର ନିୟମାବଳୀ ଅନୁଯାୟୀ, ଅନୁସୂଚିତ ଜାତି ମାନ୍ୟତା ପାଇଁ ଜଣେ ହିନ୍ଦୁ କିମ୍ବା ଶିଖ୍ ଧର୍ମାବଲମ୍ବୀ ହୋଇଥିବା ଆବଶ୍ୟକ। ତେଣୁ କୃଷ୍ଣଚନ୍ଦ୍ରଙ୍କ SC ଷ୍ଟାଟସ୍ କଟିଯିବ।

ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ଏସ୍‌ସି ପାଇଁ ସଂରକ୍ଷିତ ଆସନରେ ବିଧାୟକ ପଦ ବଜାୟ ରଖିବା ଓ ଆଗକୁ ସଂରକ୍ଷିତ ଆସନରେ ନିର୍ବାଚନ ଲଢ଼ିବା କୃଷ୍ଣଚନ୍ଦ୍ରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ ନାହିଁ ତ ?

ଆହୁରି ପଢ଼ନ୍ତୁ

ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

You might also like