ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ

କୋରାପୁଟ: କୋରାପୁଟରେ କାଶ୍ମୀରର ଭ୍ରମ। ଗତକାଲି ଅପରାହ୍ନରେ କୋରାପୁଟରେ କାଳବୈଶାଖୀ ବର୍ଷା ହୋଇଥିଲା ଏହାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା।

ବିଭିନ୍ନ ଅଞ୍ଚଳରେ ଛାଇ ଯାଇଥିଲା କୁଆପଥର। ବିଭିନ୍ନ ସ୍ଥାନରେ ଧଳା ଆସ୍ତରଣ ଦେଖା ଦେଇଥିଲା। ଯାହାକି କିଛି ସମୟ ପାଇଁ ତୁଷାରପାତର ଭ୍ରମ ସୃଷ୍ଟି କରିଥିଲା।  ବିଶେଷ କରି କୋରାପୁଟର ଦାମନଯୋଡି ନିକଟରେ ଥିବା ଭେଜାପୁଟରୁ ଲିଚିଗୁଡା ମଧ୍ୟରେ ଏଭଳି ଘନ କୁଆପଥର ଆସ୍ତରଣ ଦେଖିବାକୁ ମିଳିଥିଲା।

ପ୍ରାୟ ୪ରୁ ୫କିଲୋମିଟର ଅଞ୍ଚଳରେ ଏହି କୁଆପଥରର ଆସ୍ତରଣ ଦେଖା ଦେଇଥିଲା। ରାସ୍ତାଘାଟ, ଚାଷଜମି ଏପରିକି ରେଳ ଧାରଣାରେ ମଧ୍ୟ  କୁଆପଥର ଜମା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୪ ଇଞ୍ଚରୁ ୧ ଫୁଟ ବହଳ ପର୍ଯ୍ୟନ୍ତ ଘନ କୁଆପଥର ଆସ୍ତରଣ ସୃଷ୍ଟି ହୋଇଥିଲା।

ବର୍ଷା ପରେ ସ୍ଥାନୀୟ ଲୋକେ ଏହାକୁ ଉପଭୋଗ କରିବାକୁ ବାହାରକୁ ଚାଲି ଆସିଥିଲେ। ପିଲାମାନଙ୍କୁ କୁଆପଥର ହାତରେ ଧରି ଖେଳିବାର ଦେଖିବାକୁ ମିଳୁଥିଲା। ଏତେ ପରିମାଣର କୁଆପଥର ବୃଷ୍ଟି ସେହି ଅଞ୍ଚଳରେ ପ୍ରଥମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି କୁଆପଥର ବୃଷ୍ଟି ଫଳରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

You might also like
Comments
Loading...