ରାଞ୍ଚିରୁ ଆସୁଛି ସହାୟତା ଟିମ୍

ଜୟପୁର  : କୋରାପୁଟ ଜୟପୁର ବରିପୁଟ ପାହାଡରୁ ପଥର ଟ୍ରାଜେଡି ଘଟଣାରେ ଉଦ୍ଧାର ଓ ସହାୟତା ପାଇଁ ରାଞ୍ଚିରୁ ଆସୁଛି ସେନାର ସ୍ୱତନ୍ତ୍ର ଇଞ୍ଜିନିୟରିଂ ଟିମ୍। ଏହି ଟିମ୍  ଉଦ୍ଧାରକାରୀ ଦଳକୁ ଅଧିକ ସହୟତା କରିବ। ଦୀର୍ଘ ୬ ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ଏହି ଘଟଣାରେ ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ଜଣାପଡ଼ିନି।

ଉଦ୍ଧାର କାର୍ଯ୍ୟରେ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି। ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନ୍‌ଡିଆର୍‌ଏଫ୍ ଟିମ୍ ମିଳିତ ଅପରେସନ୍ ଜାରି ରଖିଛନ୍ତି।

ତେବେ ଶହଶହ ଟନ୍‌ର ବିଶାଳକାୟ ପଥର ଘୁଞ୍ଚାଇବା ପାଇଁ ଆବଶ୍ୟକ ମେସିନ୍ ଅଭାବ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପଥର ତଳେ ଚାପି ରହିଥିବା ୨ ଜେସିବି ଅପରେଟର ହେଲେ ଦେବଗଡ଼ର ଘନଶ୍ୟାମ ଗୁରୁ ଓ ଆଠଗଡ଼ର ସଞ୍ଜୟ ଦାସ। ତାଙ୍କ ପରିବାର ଲୋକ ଗତ ୪ ଦିନ ହେଲାଣି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

You might also like