୮ ଦିନ ବିତିଲାଣି, ହେଲେ ଏଯାଏଁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

ଜୟପୁର: କୋରାପୁଟ ଜିଲ୍ଲା ବରିପୁଟ ପଥର ଟ୍ରାଜେଡି ଘଟଣାକୁ ୮ ଦିନ ହେଲାଣି, ତଥାପି ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ।

କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ଏଥିପାଇଁ ଗତକାଲି ଘଟଣାସ୍ଥଳରେ ସେନାରେ ଟେକ୍‌ନିକାଲ ଟିମ୍‌ ପହଞ୍ଚିଥିଲା। ଆଜି ମଧ୍ୟ ରାଞ୍ଚିରୁ ସେନାର ଆଉ ଗୋଟିଏ ଟେକ୍‌ନିକାଲ ଟିମ୍‌ ଆସୁଛି। ପଥର ବ୍ଲାଷ୍ଟିଂ କରି ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି।

ବ୍ଲାଷ୍ଟିଂ ମାଧ୍ୟମରେ ହିଁ ଫସି ରହିଥିବା ଦୁଇ ଅପରେଟରଙ୍କୁ ଉଦ୍ଧାର କରାଯିବ ବୋଲି ସେନାର ଟେକ୍‌ନିକାଲ ଟିମ୍‌ କହିଛନ୍ତି। ବ୍ଲାଷ୍ଟିଂ ପାଇଁ ଫସି ରହିଥିବା ୨ ଜଣ ଲୋକଙ୍କ ପରିବାର ମଧ୍ୟ ରାଜି ହୋଇଥିବା ସୂଚନା ମିଳିଛି।

ଦୀର୍ଘ ୭ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ମଧ୍ୟ ଜଣାପଡ଼ିନି।  ଉଦ୍ଧାର କାର୍ଯ୍ୟରେ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି।

ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନ୍‌ଡ଼ିଆର୍‌ଏଫ୍‌ ଟିମ୍ ମିଳିତ ଅପରେସନ୍ କରିଥିଲେ। ତେବେ ଶହଶହ ଟନ୍‌ର ବିଶାଳକାୟ ପଥର ଘୁଞ୍ଚାଇବା ପାଇଁ ଆବଶ୍ୟକ ମେସିନ୍ ଅଭାବ ଯୋଗୁଁ ସେନାର ସହାୟତା ଲୋଡିଥିଲା ପ୍ରଶାସନ।

 

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like