୬ ଦିନ ବିତିଲାଣି, ହେଲେ ଉଦ୍ଧାର ହୋଇପାରୁନାହାନ୍ତି ଫସି ରହିଥିବା ୨ ଜେସିବି ଅପରେଟର

ଜୟପୁର: ୬ ଦିନ ବିତିଲାଣି, ହେଲେ କୋରାପୁଟ ଜିଲ୍ଲା ଜୟପୁର ବରିପୁଟରେ ପାହାଡ ଧସି ପଥର ତଳେ ରହିଯାଇଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଏମାନେ ମୃତ ନା ଜୀବିତ ତାହା ମଧ୍ୟ କାହାକୁ ଜଣାନାହିଁ।

ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି। ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନ୍‌ଡ଼ିଆରଏଫ୍‌ ଟିମ୍ ମିଳିତ ଅପରେସନ୍ ଜାରି ରଖିଛନ୍ତି।

ତେବେ ଶହଶହ ଟନ୍‌ର ବିଶାଳକାୟ ପଥର ଘୁଞ୍ଚାଇବା ପାଇଁ ଆବଶ୍ୟକ ମେସିନ୍ ଅଭାବ ଯୋଗୁ  ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ୨ ଜେସିବି ଅପରେଟର ହେଲେ ଦେବଗଡ଼ର ଘନଶ୍ୟାମ ଗୁରୁ ଓ ଆଠଗଡ଼ର ସଞ୍ଜୟ ଦାସ। ତାଙ୍କ ପରିବାରଲୋକ ଗତ ୪ ଦିନ ହେଲାଣି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସେପଟେ ଦୀର୍ଘ ୬ ଦିନ ଧରି ଉଦ୍ଧାର ଉଦ୍ୟମ ଫେଲ୍‌ ହେବା ପରେ ପ୍ରଶାସନ ପକ୍ଷରୁ କାହିଁକି ବିଶେଷଜ୍ଞଙ୍କ ସହାୟତା ନିଆଯାଉନି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like