୧୧୬ ବର୍ଷର ନୋବେଲ ଇତିହାସ: ଜାଣନ୍ତୁ ଏବେ ସୁଦ୍ଧା କେତେ ଜଣ ଓ କେଉଁ ଭାରତୀୟ ପାଇଛନ୍ତି ଏ ପୁରସ୍କାର

ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।

୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଭାରତୀୟ ଅଛନ୍ତି। ତେବେ ୨୦୧୭ ବର୍ଷରେ ପୁରସ୍କୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ବି ଭାରତୀୟ ନାହାଁନ୍ତି।

ରବୀନ୍ଦ୍ରନାଥ ଟୋଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ହୋଇଥିବା ବେଳେ ଶେଷ ଥର ୨୦୧୪ ମସିହାରେ ଶାନ୍ତି ପାଇଁ କୈଳାଶ ସତ୍ୟାର୍ଥୀ ଏହି ପୁରସ୍କାର ପାଇଥିଲେ।

ସାହିତ୍ୟ କ୍ଷେତ୍ରରେ ରବୀନ୍ଦ୍ରନାଥ ଟାଗୋର (୧୯୧୩), ପଦାର୍ଥ ବିଜ୍ଞାନରେ ସିଭି ରମଣ (୧୯୩୦), ଶାନ୍ତି କ୍ଷେତ୍ରରେ ମଦର ଟେରେସା (୧୯୭୯), ଅର୍ଥନୀତିରେ ଅମର୍ତ୍ତ୍ୟ ସେନ୍ (୧୯୯୮), ଶାନ୍ତି ପାଇଁ କୈଳାଶ ସତ୍ୟାର୍ଥୀ (୨୦୧୪)ଙ୍କୁ ନୋବେଲ୍ ପୁରସ୍କାର ମିଳିଥିଲା।

ଏହାଛଡ଼ା ବିଭିନ୍ନ ଦେଶର ୩ ଜଣ ଭାରତୀୟ ମୂଳ ଅଧିବାସୀଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ହରଗୋବିନ୍ଦ ଖୁରାନା। ପରାଧୀନ ଭାରତର ରାୟପୁରଠାରେ ସେ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ୧୯୬୮ ମସିହାରେ ମେଡିସିନ୍ ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ପଦାର୍ଥ ବିଜ୍ଞାନରେ ସୁବ୍ରମଣ୍ୟନ୍ ଚନ୍ଦ୍ର ଶେଖରଙ୍କୁ ୧୯୮୩ରେ ନୋବେଲ ପୁରସ୍କାର ମିଳିଥିଲା। ସେ ବ୍ରିଟିଶ ଶାସନ ସମୟରେ ଲାହୋରରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ। ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।

ରସାୟନ ବିଜ୍ଞାନରେ ଭେଙ୍କଟରମଣ ରାମକ୍ରିଶନଙ୍କୁ ୨୦୦୯ରେ ଏହି ପୁରସ୍କାର ମିଳିଥିଲା। ତାମିଲ୍‌ନାଡୁର ଚିଦାମ୍ବରମ୍‌ଠାରେ ଜନ୍ମଗ୍ରହଣ କରିଥିବା ଭେଙ୍କଟରମଣ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like