କିଟ୍‌ର ଗୁଣ୍ଡାଗିରି: ୪୮ ଘଣ୍ଟା ପରେ ବି ପୋଲିସ୍‌ ଚୁପ୍‌

ଭୁବନେଶ୍ୱର: ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କିଟ୍ ଗୁଣ୍ଡାଙ୍କ ଆକ୍ରମଣ ଘଟଣାକୁ ୪୮ ଘଣ୍ଟା ବିତିଗଲାଣି ହେଲେ ଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍।

ସେପଟେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣର ଶିକାର ହୋଇଥିବା ଓଟିଭି ପ୍ରତିନିଧି ଓ କ୍ୟାମେରା ପର୍ସନଙ୍କ ନାଁରେ କିଟ୍‌ର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସଙ୍ଗୀନ୍ ଦଫା ଲଗାଇଥିବା ଜଣାପଡିଛି।

ପୋଲିସ ଆଖି ସାମ୍ନାରେ ଓଟିଭି ଟିମ୍ ଉପରେ ଆକ୍ରମଣ ହୋଇଥିଲେ ବି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୋଲିସ ପାଲଟା ଓଟିଭି ପ୍ରତିନିଧି ଓ କ୍ୟାମେରା ପର୍ସନଙ୍କ ନାଁରେ କିଟ୍‌ର ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି ସଙ୍ଗୀନ ଦଫା ଲଗାଇବା ଅନେକ ସନ୍ଦେହ ସୃଷ୍ଟି କରିଛି।

ସେପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଓଲଟା ମାଡ଼ ଖାଇଥିବା ଓଟିଭି  ପ୍ରତିନିଧିଙ୍କ ନାଁରେ ମାମଲା ରୁଜୁ କରିବା ଘଟଣାକୁ ନେଇ କମିଶନରେଟ୍ ପୋଲିସର୍ କାର୍ଯ୍ୟପ୍ରଣାଳୀ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟର ବରିଷ୍ଠ ସାମ୍ବାଦିକମାନେ ନିନ୍ଦା କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

You might also like