କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ

ଭୁବନେଶ୍ୱର : ସୁଦୃଶ୍ୟ କୋଠା। ରାସ୍ତା କଡ଼ରେ ଛିଡ଼ା ହେଉଛି ଆଖିଦୃଶିଆ ୯ ମହଲା ଅଟ୍ଟାଳିକା। ହେଲେ ଅଭିଯୋଗ ହେଉଛି, ଏହି କୋଠା ନିଜ ଜମିରେ ନୁହେଁ। ବରଂ ପଟିଆ ନୂଆଁବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ମୁଣ୍ଡ ଟେକୁଛି କିଟ୍‌ର ଏହି କୋଠା। ସାଂସଦ ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଚନ୍ଦ୍ରଧ୍ୱଜ କହିଛନ୍ତି ତାଙ୍କ ଜମିକୁ ବଳପୂର୍ବକ କବ୍‌ଜା କରି କିଟ୍ କର୍ତ୍ତୃପକ୍ଷ ଏହି କୋଠା ନିର୍ମାଣ କରୁଛନ୍ତି। ତାଙ୍କ ନାଁରେ ଜାଗାର ସମସ୍ତ କାଗଜପତ୍ର ଓ ପଟ୍ଟା ରହିବା ସହ ସେ ପ୍ରତିବର୍ଷ ଏହି ଜମିର ଖଜଣା ପୈଠ କରୁଛନ୍ତି।

କିନ୍ତୁ ସେହି ଜାଗାରେ କିଟ୍ କର୍ତ୍ତୃପକ୍ଷ ଏହି ବିରାଟ୍ କୋଠା ନିର୍ମାଣ କରୁଥିବା ଅଭିଯୋଗ ଆଣିଛନ୍ତି ଚନ୍ଦ୍ରଧ୍ୱଜ। ଏଥିସହ ଚନ୍ଦ୍ରଧ୍ୱଜ ଆଜି ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାମକୁ ବିରୋଧ କରିଥିବାବେଳେ ପୋଲିସ ପହଞ୍ଚି ନିର୍ମାଣ କାମକୁ ବନ୍ଦ କରିଛି। କିଟ୍‌ର ଏଭଳି ଜବରଦଖଲ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଚନ୍ଦ୍ରଧ୍ୱଜ ସାହୁ। ଏହାପରେ ୨୦୦୮, ନଭେମ୍ବର ୧୨ରେ ଉଚ୍ଚନ୍ୟାୟାଳୟ ବେଦଖଲ ନକରିବା ପାଇଁ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ଏପରିକି ମଳୟ କୁମାର ସ୍ୱାଇଁ ନାମକ ଜଣେ ଇଡ଼କୋର ଅଧିକାରୀ ମଧ୍ୟ ଏହି ଜମି ତାଙ୍କୁ ଇଡକୋ ପକ୍ଷରୁ ମିଳିଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର ପାଇଁ ହାଇକୋର୍ଟକୁ ପଠାଇଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାପଚୁପ ହେବା ପରେ ଚନ୍ଦ୍ରଧ୍ୱଜ ଫେରିପାଇଥିଲେ ୧ ଏକର ୭୦ ଡିସିମିଲର ପୈତୃକ ଜମି। ତେବେ ଏହି ଜମି ଉପରେ କିଟ କର୍ତ୍ତୃପକ୍ଷ ପାଚେରି ଭାଙ୍ଗି ବେଆଇନ ଭାବେ ଏହି ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।

ତେବେ ଏହି ଅଭିଯୋଗ ଉପରେ କିଟ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ଏବେ ଅପେକ୍ଷା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ।

ଆହୁରି ପଢ଼ନ୍ତୁ

ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

You might also like