ବାଳାଶ୍ରମରେ ଶିଶୁ ନିର୍ଯାତନା ଅଭିଯୋଗ

ବାଲେଶ୍ୱର: ବାଳାଶ୍ରମରେ ଶିଶୁ ନିର୍ଯାତନା ଅଭିଯୋଗ। ନିର୍ଯାତନା ସହି ନପାରି ବାଳାଶ୍ରମରୁ ନାବାଳକ ପଲାଇ ଗଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ।

ଏଠାରେ ଥିବା ଉତ୍କଳ ବାଳାଶ୍ରମରୁ ୮ ବର୍ଷର ଶିଶୁ ପାଚେରୀ ଡେଇଁ ପଳାଇ ଅାସିଥିଲେ। ତେବେ ତାଙ୍କୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ସହଦେବଖୁଣ୍ଟା ପୁଲିସ୍ ନିକଟରେ ଜିମା ଦେଇଥିଲେ ଲୋକେ।

ବାଳାଶ୍ରମରେ ନାବାଳକଙ୍କ ସହ ମାରପିଟ୍ କରାଯାଉଥିବା ଅଭିଯୋଗ ସେ କରିଛନ୍ତି। ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଳାଶ୍ରମ କର୍ତ୍ତୃପକ୍ଷ।

You might also like