ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ

ବଲାଙ୍ଗିର / ସୋନପୁର : ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ପିଲା। ବଲାଙ୍ଗିର ସହରର ବିକ୍ରମ ଛକ ନିକଟରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ।  ସୋନପୁରର ଏହି  ଦୁଇ ପିଲା ଆଜି ସକାଳୁ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମକୁ ବ୍ୟାୟାମ କରିବାକୁ ଯାଇଥିଲେ। ତେବେ ଷ୍ଟାଡିୟମର ପାଚେରୀ ନିକଟରେ ଜଣକ ନାକରେ କିଛି ଶୁଘାଂଇ ଦେଇଥିବା ବେଳେ, ଆଉ ଜଣକ ମୁହଁ ବନ୍ଦ କରି ନେଇଯାଇଥିଲେ ଅପହରଣକାରୀ।

ପିଲା ଦୁଇ ଜଣଙ୍କ ଚେତା ଫେରିବା ବେଳକୁ, ବଲାଙ୍ଗିର ରେଳ ଫାଟକ ନିକଟ ଏକ ବୁଦାମୂଳରେ ହାତଗୋଡ ବନ୍ଧା ହୋଇ ପଡିଥିବା ଅବସ୍ଥାରେ ନିଜକୁ ପାଇଥିଲେ।  କୌଣସି ମତେ ଜଣେ ହାତଖୋଲି ପାରିଥିବାରୁ, ଅନ୍ୟର ହାତଗୋଡ ଖୋଲି ଭୟ ଓ ଆତଙ୍କରେ ଦଉଡି ଦଉଡି ରେଳଲାଇନ ପାର ହୋଇ ସହର ଭିତରକୁ ପଳାଇଆସିଥିଲେ। ଆଉ ଠିକ୍‌ ଏତିକି ବେଳେ, ସେମାନଙ୍କୁ ଭୟ ଆତଙ୍କିତ ଅବସ୍ଥାରେ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ପୋଲିସର ପି.ସି.ଆର ଭ୍ୟାନ।

ସେମାନଙ୍କୁ ଏକ ବୋଲେରୋରେ ଅପହରଣ କରାଯାଇଥିବା ନେଇ ପୋଲିସ ଆଗରେ କହିଛନ୍ତି। ତେବେ କିଏ ଅପହରଣ କରିଥିଲା ଏନେଇ ସ୍ପଷ୍ଟ ହୋଇ ନାହିଁ।

You might also like