ଜାଣିଛନ୍ତି କେଉଁ ପରିସ୍ଥିତିରେ ସୁଟିଂ ହୋଇଥିଲା ‘ପାନ୍‌ ବନାରସ ୱାଲା’ ଗୀତ?

ନୂଆଦିଲ୍ଲୀ: ଆପଣେ ଦେଖିଛନ୍ତି କି ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର୍‌ ଫିଲ୍ମ ‘ଡନ୍‌’? ତେବେ ନିଶ୍ଚୟ ଶୁଣିଥିବେ ଫିଲ୍ମର ସବୁଠାରୁ ହିଟ୍‌ ହୋଇଥିବା ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’। ଗୀତଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେବି ଲୋକଙ୍କ ମନରେ ଏହା ରହିଛି। ଆଜିବି ଲୋକମାନେ ଏହି ଗୀତକୁ ମନେ ମନେ ଗୁଣୁଗୁଣୁ କରି ଗାଆନ୍ତି।

ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’ କୁ ନେଇ ଏକ ରାଜ୍‌ ଖୋଲିଛି। ଏହି ପ୍ରସିଦ୍ଧ ଗୀତ ଫିଲ୍ମର ଏକ ଅଂଶ ହୋଇନଥାନ୍ତା। କାହିଁକି ନା ଏହା ଫିଲ୍ମ ସୁଟିଂ ଶେଷ ହେଲା ପରେ ହୋଇଥିଲା।

‘ପ୍ରଥମେ ମନକୁ ଆସିଲା, ଆଉ ପରେ ଭାବୁ ଭାବୁ ହୋଇଗଲା… ‘ଡନ୍‌’ ଫିଲ୍ମର ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’ ଫିଲ୍ମ ସୁଟିଂ ଶେଷ ହେଲାପରେ ହୋଇଥିଲା’ ବୋଲି -ଟ୍ୱିଟ୍‌ କରିଛନ୍ତି ଅମିତାଭ ବଚ୍ଚନ।

ଏହି ଫିଲ୍ମ ୧୯୭୮ ମସିହାର ନିର୍ମାଣ କରାଯାଇଥିଲା। ଏଥିରେ ଅମିତାଭ ଡବଲ୍‌ ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିରେ ସେ ମୁମ୍ବାଇର ଅଣ୍ଡରୱାର୍ଲଡ଼ ଡନ୍‌ ମୁଖ୍ୟ ଭୂମିକା ନିଭାଇଥିଲେ। ଆଉ ଅନ୍ୟଏକ ଭୂମିକାରେ ତାଙ୍କ ନାଁ ବିଜୟ ଥିଲା।

୭୫ ବର୍ଷୀୟ ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବାର ୪୮ବର୍ଷ ହୋଇଗଲାଣି। ଅମିତାଭଙ୍କ ପ୍ରଥମ ଫିଲ୍ମ ‘Saat Hindustani ୧୯୬୯ ମସିହାରେ ନିର୍ମିତ ହୋଇଥିଲା।
ସୌଜନ୍ୟ-Shemaroo

You might also like