ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ।

ଗତ ୧୦ରୁ ଅଧିକ ଦିନ ଧରି କେରଳରେ ଫଶି ରହିଥିଲେ ଏହି ଓଡ଼ିଆମାନେ । ବନ୍ୟା ଛାଡ଼ିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି ସେମାନେ। ନିଜ ଆଖିରେ ଦେଖିଥିବା କେରଳର ବନ୍ୟା ବିଭୀଷିକାକୁ ମିଡିଆ ଆଗରେ ବଖାଣିଛନ୍ତି ଏହି ଲୋକମାନେ ।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

You might also like