ସାମାଜିକ ଲଜ୍ଜା ଭୟରେ ଚତୁର୍ଥ ଶିଶୁକୁ ଛାଡ଼ି ଛୁ ମାରିଲେ ବାପା-ମାଆ

କୋଚି: ସନ୍ତାନ ପ୍ରତି ଭଲପାଇବା, ମୋହମାୟା ଛାଡ଼ି କେବେବି ଜଣେ ବାପା କି ମାଆ ଏତେ  ନିଷ୍ଠୁର ହୋଇପାରନ୍ତି ନାହିଁ। ଏପରିକି ଗୋଟେ କଅଁଳା ଶିଶୁକୁ କୌଣସି ବି ବାପା-ମାଆ ଏକାକୀ ଛାଡ଼ି ପାରିବେନି। ମାତ୍ର ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଦମ୍ପତି ତାଙ୍କର ୫ ଦିନର କଅଁଳ ଶିଶୁକୁ ଏକାକୀ ଛାଡ଼ି ଦେଇ ଛୁ ମାରିଛନ୍ତି…

ପଢ଼ନ୍ତୁ ପୂରା ଘଟଣା କ’ଣ…

ସାମାଜିକ ଲଜ୍ଜା ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ ଦମ୍ପତ୍ତି ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଘଟଣା କେରଳର କୋଚିରେ ଘଟିଛି। ଜଣେ ଦମ୍ପତି ତାଙ୍କ ଚତୁର୍ଥ ସନ୍ତାନକୁ କୋଚିର ଏକ ଚର୍ଚ୍ଚରେ ଛାଡ଼ି ପଳାଇଯାଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କିଛି ଦିନ ତଳେ ତାଙ୍କର ଚତୁର୍ଥ ସନ୍ତାନ ଜନ୍ମ ନେଇଥିଲା । ତେବେ ଏହାକୁ ସମାଜ କ’ଣ କହିବ ନ କହିବ…ଏଭଳି କିଛି ଭାବି ଦମ୍ପତି ଜଣଙ୍କ ସାମାଜିକ ଲଜ୍ଜା ଭୟରେ ଏଭଳି କରିଥିବା ପୋଲିସ୍‌ କହିଛି।

ସିସିଟିଭିରେ କଏଦ ହୋଇଥିବା ଏହି ଭିଡ଼ିଓରେ ଦେଖାଯାଉଛି ଯେ, ଦମ୍ପତି ଜଣକ ତାଙ୍କର ଶିଶୁକୁ ଧରି ଆସୁଛନ୍ତି। ଠିକ୍‌ ଅଳ୍ପ କିଛି ସମୟ ପରେ ଶିଶୁଟିର ବାପା ଶିଶୁଟିକୁ ଏକ ନିରୋଳା ସ୍ଥାନ ଦେଖି ଏକାକୀ ଛାଡ଼ି ପଳାଉଛନ୍ତି। ଛାଡ଼ିବା ପୂର୍ବର ବ୍ୟକ୍ତି ଜଣକ ଶିଶୁଟିର ମଥାରେ ଚୁମ୍ବନ ଦେଉଛନ୍ତି।

ତେବ ଏହି ଘଟଣାରେ ସମ୍ପୃକ୍ତ ଦମ୍ପତି ବିଟୋ ଓ ତାଙ୍କ ପତ୍ନୀ ପ୍ରବିଥାଙ୍କୁ ପୋଲିସ୍‌ ଗିରଫ କରିଛି। ସେମାନଙ୍କୁ ଗିରଫ ପରେ ଜଣାପଡ଼ିଥିଲା ଯେ, ସେମାନଙ୍କର ୩ ଛୁଆ ମଧ୍ୟ ଅଛନ୍ତି। ଘଟଣାର ତଦନ୍ତ ସମୟରେ ବିଟୋ  କହିଥିଲେ ଯେ ପ୍ରବିଥା ଗର୍ଭବତୀ ଥିବା ସମୟରେ ଲୋକମାନେ ତାଙ୍କୁ ବହୁତ ଉପହାସ କରୁଥିଲେ। ସେଥିପାଇଁ ସାମାଜିକ ଲଜ୍ଜା ଭୟରେ ଏଭଳି କରିଥିବା ଜଣାପଡ଼ୁଛି।

You might also like