କେନ୍ଦ୍ରାପଡ଼ା ଧାନ ଦୁର୍ନୀତି : ମୁହଁ ଖୋଲି ହଡ଼ବଡ଼େଇଲେ ଧ୍ରୁବ

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କୁ ନେଇ ବଢୁଛି  ବିବାଦ। ଧାନ କିଣା ଦୁର୍ନିତିରେ ତାଙ୍କ ସଂପୃକ୍ତି ଅଭିଯୋଗର ଖୁଲାସା ପରେ ମୁହଁ ଖୋଲିଛନ୍ତି ଧ୍ରୁବ। ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି ଅଭିଯୋଗ ଆଣିଥିବା ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ ଏ ସଂପର୍କିତ ଖବର ପ୍ରସାରଣ କରିଥିବା ଓଟିଭିକୁ। ନିଜ ସଫେଇରେ ଧ୍ରୁବ କହିଛନ୍ତି ଧାନକିଣା ଦୁର୍ନୀତିରେ ତାଙ୍କର କୋଣସି ସଂପୃକ୍ତି ନାହିଁ। ପାଲଟା ଅଭିଯୋଗ କରିଛନ୍ତି, ଦୁର୍ନୀତିର ସୁତ୍ରଧର ହେଉଛନ୍ତି ବିଧାୟକ ଅଂଶୁମାନ ମହାନ୍ତି। ଅଂଶୁମାନଙ୍କ ପ୍ରରୋଚନାରେ ମାର୍କେଫେଡ ମ୍ୟାନେଜର ଓ ମିଲର ମିଶି କୋଟି କୋଟି ଟଙ୍କା ହଡପ କରିଥିବା ଧ୍ରୁବ ଅଭିଯୋଗ କରିଛନ୍ତି। ତେବେ ଅଂଶୁମାନ, ଧ୍ରୁବଙ୍କ ସଂପୃକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ କରିଥିବା ଅଭିଯୋଗ ସଂପର୍କରେ ଓଟିଭି ଖବର ପ୍ରସାରଣ କରିଥିବାରୁ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ଧ୍ରୁବ। ତେବେ ଧ୍ରୁବଙ୍କ ନାଁରେ ପୁଣି ଲମ୍ବା ଅଭିଯୋଗ ଆଣି ପ୍ରତିକ୍ରିୟା ଦେଇଛନ୍ତି ଅଂଶୁମାନ।

୨୦୧୫-୧୬ରେ ମାର୍କଫେଡକୁ ମୋହରା କରି କେନ୍ଦ୍ରାପଡାରେ ଧାନକିଣାରେ ବ୍ୟାପକ ଅନିୟମିତତା ହୋଇଥିଲା। ଅଭିଯୋଗ ଅନୁଯାୟୀ, ଧାନ କିଣିବା ପାଇଁ କିଛି ଜାଲ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ ଧ୍ରୁବ ସାହୁ। ଯାହାକୁ ସେତେବେଳେ ମାର୍କଫେଡର ମ୍ୟାନେଜର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଧ୍ରୁବଙ୍କ ନାଁରେ ଥିବା ଦସ୍ତାବିଜ ଦେଖାଇ ସାମ୍ବାଦିକ ପ୍ରଶ୍ନ କରିବାରୁ ହଡବଡେଇ ଯାଇଥିଲେ ଧ୍ରୁବ। ନିଜ  ସ୍ଥାନରୁ ଉଠି ବଡ଼ ପାଟି କରିଥିଲେ। ପୁଣି ସବୁ ପ୍ରଶ୍ନର ଉତ୍ତର ବି ଦେଇ ନଥିଲେ। ଏପରିକି ପ୍ରେସ୍‌ମିଟ୍‌ରୁ ଉଠିଯାଇଥିଲେ ଧ୍ରୁବ।

ତେବେ ଧ୍ରୁବ ନିଜ ପ୍ରେସ୍‌ ନୋଟରେ କରିଥିବା ସ୍ୱାକ୍ଷର ଓ ତାଙ୍କ ନାଁରେ ପୂର୍ବତନ ମାର୍କେଫଡ ଅଧିକାରୀ ଦେଇଥିବା ଦସ୍ତାବିଜର ସ୍ୱାକ୍ଷର ମିଶିଯାଇଥିବା ଦେଖି ଚମକି ଉତକ୍ଷିପ୍ତ ହୋଇଯାଇଥିଲେ। ପ୍ରଶ୍ନ ଉଠୁଛି ସରକାରୀ ଅଧିକାରୀ ତାଙ୍କ ନାଁରେ ଦେଇଥିବା ଦସ୍ତାବିଜକୁ ଜାଲ ବୋଲି କହି ସବୁ ଅଭିଯୋଗ କାହିଁକି ଫାଙ୍କୁଛନ୍ତି ଧ୍ରୁବ। ନା ଗଣମାଧ୍ୟମ ଉପରେ ଦୋଷ ଦେଇ ନିଜ ଉପରେ ଆସିଥିବା କଳଙ୍କ ଅଭିଯୋଗକୁ ଲିଭାଇବାକୁ ଚାହୁଁଛନ୍ତି।

ଧାନିକିଣା ଦୁର୍ନିତିରେ ଭିଜିଲାନସ ତଦନ୍ତ ଚାଲିଥିବା ବେଳେ ପ୍ରଶ୍ନ ଉଠୁଛି ବିଜେଡି କ୍ଷମତାରେ ଥିବାରୁ ଏବଂ ଧ୍ରୁବ ଜିଲ୍ଲା ସଭାପତି ଥିବାରୁ ତାଙ୍କ ପ୍ରଭାବରେ ପାଖ ମାଡୁନି କି ଭିଜିଲାନ୍ସ ?

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like