ଇଦ୍‌ରେ ବି ଅଶାନ୍ତ କାଶ୍ମୀର : ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ଟେକା ପଥର ମାଡ଼

ଶ୍ରୀନଗର: ପବିତ୍ର ଇଦ୍‌ରେ ମଧ୍ୟ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ପାକିସ୍ତାନର ପତାକା ଓ ଆଇଏସ୍ ପତାକା ପ୍ରଦର୍ଶନ କରିବା ସହିତ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ଫିଙ୍ଗିଛନ୍ତି।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ ମଧ୍ୟ ଅବସ୍ଥା ଅବସ୍ଥା ସୁଧୁରି ନ ଥିଲା। ବିକ୍ଷୋଭକାରୀ ସଂଘବଦ୍ଧ ହୋଇ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ସେହିପରି ଅନନ୍ତନାଗରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ଏଠାରେ ବି ଉତ୍ୟକ୍ତ ଜନତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଇଦ୍ ପ୍ରାର୍ଥନା କରିସାରିବା ପରେ ଉତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି।

 

 

You might also like