INX ଲାଞ୍ଚ ମାମଲା : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ୍

ନୂଆ ଦିଲ୍ଲୀ : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ସେ ଅଭିଯୋଗ କରିଛନ୍ତି,ଏତଲା ହୋଇନଥିଲେ ବି ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ଇଡି ଓ ସିବିଆଇ। ଯେହେତୁ INX ମାମଲାରେ ତାଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି, କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ।  ତାହା ନ କରି ଅନ୍ୟ ମାମଲାରେ ମଧ୍ୟ ପଚରା ଉଚରା କରାଯାଉଛି ଓ ସେହି ସବୁ ମାମଲାରେ ଅଯଥାରେ ତାଙ୍କୁ ଜଡ଼ିତ କରାଯାଉଥିବା କାର୍ତ୍ତି ନିଜ ପିଟିସନରେ କହିଛନ୍ତି।

INX ଲାଞ୍ଚ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଗତ ବୁଧବାର ଗିରଫ କରିଥିଲା ସିବିଆଇ  ଗତକାଲି INX ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣୀ  ଓ ପିଟର ମୁଖାର୍ଜୀଙ୍କ ସହିତ ମୁମ୍ବାଇରେ ମୁହାଁମୁହିଁ ଜେରା ମଧ୍ୟ କରାଯାଇଛି।

You might also like