ସରକାର ଗଠନ ଦାବି ଜଣାଇଲେ ୟେଦୁରାପ୍ପା, କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କିଏ ଗଢିବ ସରକାର ? ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାକୁ ମିଳିନାହିଁ ଆବଶ୍ୟକ ବହୁମତ। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର 112ରେ ପହଞ୍ଚିପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ 104ଟି ଆସନରେ ବିଜେପି ଆଗୁଆ ଥିବା ବେଳେ 78ଟି ସିଟ୍‌ରେ ଆଗୁଆ ଅଛି କଂଗ୍ରେସ। ସରକାର ଗଠନ ପାଇଁ ବିଜେପିକୁ ଆଉ 8 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି I

ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ଖାତାରେ ଆସିଛି 38ଟି ଆସନ। ମିଳିଥିବା ସୂଚନା ମୁତାବକ ବିଜେପି ନେତା ୟେଦୁରାପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଅପିଲ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଏକ ସପ୍ତାହ ସମୟ ମାଗିଛନ୍ତି।

ୟେଦୁରାପ୍ପା ଗଣମାଧ୍ୟମକୁ କହିଛନ୍ତି କର୍ଣ୍ଣାଟକ ଜନତା ବିଜେପି ସପକ୍ଷରେ ମତ ଦେଇଛନ୍ତି। କଂଗ୍ରେସ ପଛଦ୍ୱାର ଦେଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବୋଲି ସେ ମତ ଦେଇଛନ୍ତି।

ସେପେଟ ସରକାର ଗଠନ ପାଇଁ କଂଗ୍ରେସ ଓ JDS ମଧ୍ୟରେ ଉଦ୍ୟମ ଆରମ୍ଭ  ହୋଇଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଜେଡିଏସ୍‌କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଜେଡିଏସ୍ ସରକାର ଗଢ଼ିଲେ କଂଗ୍ରେସ ନିଃସର୍ତ୍ତ ସମର୍ଥନ ଦେବ ବୋଲି ମଧ୍ୟ କହିଛି। କଂଗ୍ରେସ ସମର୍ଥନ ଦେଉଥିବାରୁ JDS ପାଖରେ 116 ବିଧାୟକଙ୍କ ସମର୍ଥନ ରହିଛି I କଂଗ୍ରେସ ସହାୟତାରେ ସରକାର ଗଢ଼ିବାକୁ ଜେଡିଏସ୍ ନେତା ଏଚ୍.ଡି. କୁମାର ସ୍ୱାମୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେଣୁ ଏବେ ଦେଖିବାକୁ ବାକି ରହିଲା କାହାକୁ ସରକାର ଗଠନ ପାଇଁ ରାଜ୍ୟପାଳ ଡାକୁଛନ୍ତି I

ଆହୁରି ପଢ଼ନ୍ତୁ

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

You might also like