ଓଡ଼ିଶାରେ କର୍ଣ୍ଣାଟକ ଫଳାଫଳର ପ୍ରଭାବ

ଭୁବନେଶ୍ୱର : ବିଜେପି ଶିବରରେ ଉତ୍ସବର ପରିବେଶ । ବାଜା-ବାଣରେ କମ୍ପୁଛି ପରିବେଶ, ଝୁମୁଛନ୍ତି କର୍ମୀ। ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ଯଦିଓ କର୍ଣ୍ଣାଟକ ଫଳାଫଳ ରୋଚକ ମୋଡ଼ରେ ପହଁଞ୍ଚିଛି, ତଥାପି ବଡ଼ ଦଳ ଭାବରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସି ମନାଉଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ।

ବିଜେପୁର ବିପର୍ଯ୍ୟୟ ପରେ ରାଜ୍ୟ ବିଜେପି ପାଇଁ କର୍ଣ୍ଣାଟକ ଫଳ ଆଶ୍ୱସ୍ତି ଆଣିଛି ବୋଲି ନେତା ଆଶା କରୁଛନ୍ତି। କର୍ଣ୍ଣାଟକର ପ୍ରଭାବ ଓଡିଶା ରାଜନୀତିର ପାଣିପାଗକୁ ବି ପ୍ରଭାବିତ କରିବ। ଏପରିକି ଦଳର କଂଗ୍ରେସ ମୁକ୍ତ ନାରାକୁ ନେଇ ରାଜ୍ୟ ନେତାଏ ଦମ୍ଭୋକ୍ତି କରୁଛନ୍ତି। ୨୦୧୯ରେ ଓଡିଶାକୁ ବିଜେଡି ମୁକ୍ତ କରିବ ବିଜେପି, ରାଜ୍ୟ ବିଜେପିର ଏ କଥାକୁ କିନ୍ତୁ ଗ୍ରହଣ କରୁନାହାନ୍ତି ବିଜେଡି ଓ କଂଗ୍ରେସ।

ଉତ୍ତର ପୂର୍ବ ରାଜ୍ୟ ମେଘାଳୟ, ମଣିପୁରରେ ସରକାର କରିବା ପରେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ଓଡିଶାରେ ଗେରୁଆ ବାନା ଉଡାଇବାକୁ ଦମ୍ଭ ଦେଖାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ବିଜେପି କମାଣ୍ଡରଙ୍କ ଏ ମନ୍ତବ୍ୟ ସତ ହୋଇଥିଲେ ବି କର୍ଣ୍ଣାଟକରେ କଂଗ୍ରେସକୁ ଗାଦିଚ୍ୟୁତ କରିବାରେ ଶାହାଙ୍କ ରଣନୀତି ଏବେ ସୁଦ୍ଧା ସଫଳ ହୋଇନି। ତଥାପି ଦକ୍ଷିଣରେ ବିଜେପି ଏହି ପ୍ରଦର୍ଶନ ସର୍ବକାଳୀନ ରେକର୍ଡ଼। କର୍ଣ୍ଣାଟକ ପରେ ଏବେ ମୋଦି-ଶାହା ଯୋଡିଙ୍କ ନଜର ପଶ୍ଚିମବଙ୍ଗ ଓ ଓଡିଶା ଉପରେ।

ବିଜେପୁର ପରାଜୟ ପରେ ରାଜ୍ୟ ବିଜେପି ପ୍ରଥମଥର ପାଇଁ କର୍ଣ୍ଣାଟକର ଫଳକୁ ବିଜୟ ଉତ୍ସବ ପାଳୁଛି। ତେବେ ବିଜେପି ଓଡ଼ିଶାରେ ଅନୁରୂପ ସଫଳତା ପାଇଁ କଣ ଷ୍ଟ୍ରାଟେଜି ଆପଣାଉଛି, ତା ଉପରେ ନଜର।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like