ମୋ ପାଖକୁ କପିଲ୍‌ଙ୍କର କିଛି କଲ୍ ଆସି ନାହିଁ : ସୁନୀଲ୍‌

ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ  ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା ମନୋମାଳିନ୍ୟ ବଦଳେଇ ଦେଇଥିଲା ସେମାନଙ୍କର ସଂପର୍କର ପରିଭାଷା। ଆଉ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଲା ନାହିଁ। ଏକଥା  ସମସ୍ତେ ଜାଣନ୍ତି।

ଦର୍ଶକଙ୍କ ମନରେ ପ୍ରଶ୍ନ ଥିଲା ସତରେ କ’ଣ ଆଉ ଏ କପିଲ୍ ଶର୍ମା ଓ ସୁନୀଲ୍ ଗ୍ରୋଭରଙ୍କୁ ଆଉ ଗୋଟିଏ ସଞ୍ଚରେ ଦେଖିବାକୁ ମିଳିବନି। ଯାହା ବି ହେଉ ଏବେ ସେ ଦୁହେଁ ପୁଣି ମିଶି କରି ଦର୍ଶକଙ୍କ ମନୋରଞ୍ଜନ କରାଇବେ ବୋଲି ଦର୍ଶକଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଥିଲା। ଅତୀତରେ ସେ ଦୁହେଁ ହୁହିଁଙ୍କ ସହ ଆଉ କେବେ କାମ କରିବେ ନାହିଁ ବୋଲି କହିଥିଲେ ବି ‘ଫ୍ୟାମିଲ୍‌ ଟାଇମ୍‌ ଉଇଥ୍‌ କପିଲ୍‌ ଶର୍ମା’ରେ ଦୁହେଁ ଏକତ୍ର କାମ କରିବେ ବୋଲି ଗଣମାଧ୍ୟରେ ଚର୍ଚ୍ଚା ହୋଇଥିଲା।

ମାତ୍ର ନିକଟରେ ସୁନୀଲ କରିଥିବା ଏକ ଟୁଇଟ୍‌ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏବେ ସମସ୍ତଙ୍କ ଦୃଷ୍ଟି କପିଲ୍‌ଙ୍କ ଉପରେ। ‘ଫିରାଙ୍ଗି’ ଚଳଚ୍ଚିତ୍ରର ପ୍ରମୋସେନ୍‌ ସମୟରେ କପିଲ୍‌ କହିଥିଲେ କି ସେ ପୁଣି ଥରେ ସୁନୀଲଙ୍କ ସହ କାମ କରିବାକୁ ଚାହିଁବେ।


ସୁନୀଲ୍ କିନ୍ତୁ ଏକ ଟ୍ୱିଟ୍‌ରେ କହିଛନ୍ତି , ଏବେ ସୁଦ୍ଧା ତାଙ୍କ ପାଖକୁ କପିଲ୍‌ଙ୍କର କୌଣସି ବି କଲ୍‌ ଆସିନାହିଁ। ମୋର ଫୋନ୍‌ ନମ୍ୱର ବି ସମାନ ଅଛି। ତାଙ୍କ କଲ୍‌କୁ ଅପେକ୍ଷା କରି କରି ଶେଷରେ ଅନ୍ୟ ଏକ ନୂଆ ପ୍ରୋଜେକ୍ଟରେ ସାଇନ୍‌ କରିଛି। ସେପଟେ ସୁନୀଲ୍‌ଙ୍କର ଟ୍ୱିଟ୍‌ର ଜବାବରେ କପିଲ୍‌ ଲେଖିଛନ୍ତି , ‘ମୁଁ ୧୦୦ରୁ ଅଧିକ କଲ୍‌ କରିଛି। ବାହାରେ ଥିବାରୁ ମୋ କଲ୍‌ ରିସିଭ୍‌ କରିନ। ଦୟାକରି ମିଛ ମୋ ନାଁରେ ମିଥ୍ୟା ପ୍ରଚାର କରନାହିଁ।’

କପିଲ୍‌ ଓ ସୁନୀଲ୍‌ଙ୍କର ଏ ଆରୋପ ପ୍ରତ୍ୟାରୋପ ଭିତରେ ଦର୍ଶକଙ୍କ ଆଶା ମଉଳି ଯାଇଛି। ଯାହା ଇଚ୍ଛା ଥିଲା ପୁଣି ଏ ଦୁହେଁ ମିଶି ମନୋରଂଜନ କରିବେ, ତାହା ଆଉ ହେଲାଭଳି ଲାଗୁନାହିଁ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like