ନଜର ଆସିଲେ କମେଡି କିଙ୍ଗ୍ କପିଲ

ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ ହେବାରୁ ଫଟୋରେ ସେ ବଦଳି ଯାଇଥିବାର ଦେଖାଯାଉଛନ୍ତି I

ଗତ ମଙ୍ଗଳବାର ସନ୍ଧ୍ୟାରେ କପିଲଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା I ସେ ବହୁତ ମୋଟା ହୋଇଯାଇଛନ୍ତି I ସେ କଥା ହେଉଥିଲା ବେଳେ କହିଲେ ଯେ ମୁଁ ଅାଗ ଅପେକ୍ଷା ବହୁତ ମୋଟା ହୋଇଯାଇଛି I ଜଲଦି ପୁରୁଣା ଚାହାଣିରେ ଅାସିବି I ସେତେବେଳେ ମୋ ପ୍ରୋଫାଇଲ ବଦଳି ଯିବ I

କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ’ ଠିକଠାକ୍ ଚାଲୁଥିବା ବେଳେ ସହ କଳାକାର ସୁନିଲ ଗ୍ରୋବରଙ୍କ ସହ ଝଗଡା ହୋଇଥିଲା I ସେଥିପାଇଁ ସୁନିଲ ଶୋ ଛାଡିବା ପରେ ଶୋ’ଟି କମ୍ ଦିନ ମଧ୍ୟରେ ଲୋକପ୍ରିୟତା ହରାଇ ବନ୍ଦ ହୋଇଯାଇଥିଲା I କିଛି ଦିନ ପରେ ତାଙ୍କର ଫ୍ୟାମିଲି ଟାଇମ୍ ଉଇଥ କପିଲ ନାମରେ ଅାଉ ଗୋଟେ ଶୋ’ ଅାସିଲା I କପିଲଙ୍କର ଦେହ ଖରାପ ରହିବାରୁ ତାହା ମଧ୍ୟ କିଛି ଏପିସୋଡ ହେବା ପରେ ବନ୍ଦ ହୋଯାଇଥିଲା I ଏହା ପରେ କପିଲ କୁଅାଡେ ଗାଏବ ହୋଇଯାଇଥିଲେ I

You might also like