ଆଜି ଶ୍ରାବଣ ମାସ ଶେଷ ସୋମବାର; ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ କରିବା ପାଇଁ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗିଛି।

ଆଜି ଶେଷ ସୋମବାର ହୋଇଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି।

ସେପଟେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ  ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକ ଆଖଣ୍ଡଳମଣୀ ଆଦି ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।

You might also like