ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ଶୈବ ପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ  ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨୧ଟି  ସିସି କ୍ୟାମେରା ଲଗାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର ଓ ଭଦ୍ରକ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ତେବେ ଗତ ଶୁକ୍ରବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂର୍ବବର୍ଷ ଅପେକ୍ଷା କାଉଡ଼ିଆଙ୍କ ସଂଖ୍ୟା ସାମାନ୍ୟ କମିଛି।

You might also like