ପୋଖରୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ନିକଟରେ ଏକ ପୋଖରୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କମଳାକାନ୍ତ ପାଢୀ।

ଗତକାଲି ଭୁବନେଶ୍ୱରରୁ ପୁରୀ ଆସିଥିବା କମଳାକାନ୍ତ ଓ ତାଙ୍କ ୨ ଜଣ ସାଙ୍ଗ ପୋଖରୀ ଭିତରକୁ ଯାଇଥିବା ବେଳେ ହଠାତ୍ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ବ୍ୟବଚ୍ଛେଦ ପରେ ତାଙ୍କ  ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି।

ସୂଚନାଥାଉ କି, ଗତ ସୋମବାର ଦିନ ଦିନ ମହାଦେବଙ୍କଙ୍କୁ ଜଳଲାଗି କରିବା ପାଇଁ ପାଣି ଉଠାଇବା ସମୟରେ ଜଗତସିଂହପୁର ତିର୍ତ୍ତୋଲ ଝୁଲାବାବା ମଠ ନିକଟ ଘାଟରେ ୨ଜଣ କାଉଡ଼ିଆ ବୁଡ଼ି ଯାଇଥିଲେ।

You might also like