ଜରାଜୀର୍ଣ୍ଣ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ: ଆଉ ଦେଖିବାକୁ ମିଳୁନି ସିନେ ତାରକାର ଚମକ

ଭୁବନେଶ୍ୱର: ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଓଡ଼ିଶାର ପ୍ରଥମ ଓ ଏକମାତ୍ର ସିନେ ଷ୍ଟୁଡିଓ, କଳିଙ୍ଗ ଷ୍ଟୁଡିଓ। ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହାର ଭିତ୍ତିଭୂମି। ଭାଙ୍ଗିରୁଜି ଗଲାଣି କୋଟି କୋଟି ଟଙ୍କାର ସୁଟିଂ ସରଞ୍ଜାମ। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବହୁ କଳାକାର। ନିକଟରେ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ନେଇ କ୍ରୀଡ଼ା ବିଭାଗର ପ୍ରସ୍ତାବ ଘଟଣା ବିବାଦ ସୃଷ୍ଟି କରିବା ପରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ କହିଛନ୍ତି ଏହାର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ତେବେ କେମିତି କାର୍ଯ୍ୟକାରୀ ଏହି ହେଉଛି ପୁନରୁଦ୍ଧାର ଯୋଜନା ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦିନ ଥିଲା ସିନେ ତାରକାଙ୍କ ଚମକରେ ଝଲସୁଥିଲା କଳିଙ୍ଗ ଷ୍ଟୁଡିଓ। ହେଲେ ଆଜି ଦୁଃସ୍ଥ, ଜରାଜୀର୍ଣ୍ଣ, ଅବହେଳିତ, ପରିତ୍ୟକ୍ତ ଶବ୍ଦରେ ସୀମିତ ହୋଇଯାଇଛି। ଚାରିଆଡ଼େ ବଣବୁଦା, ଅନାବନା ଗଛ। ଯନ୍ତ୍ରାଂଶ ଓ ଉପକରଣ କହିଲେ କିଛି କଳଙ୍କିଲଗା ଲୁହା, ଆଉ ଷ୍ଟୁଡିଓ କହିଲେ ଖାଁ ଖାଁ ଭୂତକୋଠି।

ଓଡ଼ିଶାର ପ୍ରଥମ ଓ ଏକମାତ୍ର ୨୫ ଏକରର ଏହି ସିନେ ଷ୍ଟୁଡିଓକୁ ଜଙ୍ଗଲ ଗିଳିବାକୁ ବସିଲାଣି। ସୁରକ୍ଷା କର୍ମୀ ନିୟୋଜିତ ଥିଲେ ବି ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଏବଂ ଏଚ୍‌ଏମ୍‌ଆଇ ଲାଇଟ୍, କାଠ ଓ ଗଛ ଆଦି ଚୋରି ହେଉଥିବା ଅଭିଯୋଗ ହେଉଛି। ମନ୍ଦିର, ଭିଲେଜ୍ କମ୍ପ୍ଲେକ୍ସ୍, ଡେକୋରେଟିଭ୍ କଟେଜ୍, ଡବିଂ ଥିଏଟର୍, ଜେନେରେଟର୍ ବସ୍, କ୍ରେନ୍ ଆଉ ୩ ମହଲା ବିଶିଷ୍ଟ ଏଡିଟିଂ ରୁମ୍ ସବୁ ଅଛି, କିନ୍ତୁ ବ୍ୟବହାର ନହେବାରୁ ଖତ ଖାଉଛି।

୧୯୮୨ ମସିହାରେ ଭୁବନେଶ୍ୱର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ଫିଲ୍ମ ଶିଳ୍ପ ପାଇଁ ଆଣିଥିଲା ବିରାଟ ସୁବିଧା। ସେତେବେଳେ କଲିକତା, ମାଡ୍ରାସ୍ ଓ ବମ୍ବେ ଉପରେ ନିର୍ଭର କରୁଥିବା ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ପାଇଁ ଏହା ବରଦାନ ପାଲଟିଥିଲା। ବହୁ ଫିଲ୍ମ ନିର୍ମାତା ଓ କଳାକାରଙ୍କ ଭାଗ୍ୟ ଗଢ଼ିଥିବା ଏହି ଷ୍ଟୁଡିଓକୁ ବାହାର ରାଜ୍ୟରୁ ବି ନିର୍ଦ୍ଦେଶକ ଓ ପ୍ରଯୋଜକ ଆସୁଥିଲେ ଫିଲ୍ମ ନିର୍ମାଣ ପାଇଁ। ମାତ୍ର କ୍ଷତିରେ ଚାଲୁଥିବା ଦର୍ଶାଇ ୨୦୦୭ରେ କଳିଙ୍ଗ ଷ୍ଟୁଡିଓରେ ତାଲା ପକାଇ ଦିଆଗଲା। ଏହାକୁ ନେଇ ବିବାଦ ଦେଖାଦେବା ପରେ ଏମ୍‌ଏସ୍‌ଏମ୍‌ଆଇ ମନ୍ତ୍ରୀ କହିଥିଲେ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ଇଡ୍‌କୋକୁ ଦାୟିତ୍ୱ ଦିଆଯିବା ସହ ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like