ମଲ୍ରେ କଚାଡ଼ି ହୋଇ ପଡ଼ିଲେ କାଜୋଲ
ମୁମ୍ବାଇ: ଚାଲୁ ଚାଲୁ ହଠାତ୍ କଚାଡ଼ି ହୋଇ ପଡ଼ିଗଲେ ବଲିଉଡ଼ ଅଭିନେତ୍ରୀ କାଜୋଲ । ତାହା ବି ପୁଣି କଡ଼ା ସୁରକ୍ଷା ଓ ଲୋକଙ୍କ ଗହଳି ଭିତରେ। ଆଉ ଏସବୁ ଘଟଣାକୁ ନେଇ ଏକ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି।
ପଢ଼ନ୍ତୁ ପୂରା ଘଟଣା…
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ପୁରା ସୁରକ୍ଷା ବଳୟ ଭିତରେ ଥିବା କାଜୋଲ ହଠାତ୍ ଚାଲୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ଆଉ ତତ୍କ୍ଷଣାତ ସୁରକ୍ଷାକର୍ମୀ ତାଙ୍କୁ ତଳୁ ଉଠାଇ ଦେଇଥିଲେ। ତଳେ ପଡ଼ିବା ପୂର୍ବରୁ ସେ ନିଜକୁ ସମ୍ଭାଳିବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏପରିକି ତାଙ୍କ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ସାର୍ଟକୁ ମଧ୍ୟ ଧରି ପକାଇଥିଲେ। ହେଲେ ସେ ନିଜକୁ ସମ୍ଭାଳି ନ ପାରି ତଳେ ପଡ଼ି ଯାଇଥିଲେ। ସେ ପିନ୍ଧିଥିବା ହାଇ ହିଲ୍ ଯୋଗୁଁ ଏମିତି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।
ଏହି ଘଟଣାଟି ମୁମ୍ବାଇର ଏକ ମଲ୍ରେ ଘଟିଛି।
ଏନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଅନେକ ଲୋକ ଏହି ଭିଡ଼ିଓକୁ ଦେଖିବା ସହ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏପରିକି କିଛି ଲୋକ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।
ଦେଖନ୍ତୁ ଭିଡ଼ିଓ (ସୌଜନ୍ୟ:Instabolly)
ଗତ କିଛିଦିନ ହେବ ଅଭିନେତ୍ରୀ କାଜୋଲଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ହଲିଉଡ଼ କାର୍ଟୁନ୍ ଫିଲ୍ମ ‘Incredibles 2’ ରେ ତାଙ୍କ ସ୍ୱର ଶୁଣିବାକୁ ମିଳିବ। କାଜୋଲ ଏହି ଫିଲ୍ମକୁ ହିନ୍ଦୀରେ ଡବିଂ କରିବା ସହ ଏହାର ପ୍ରମୋସନରେ ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି।