ଶପଥ ନେଲେ ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରୀ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।  ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଅାଇନ ଶିକ୍ଷା ପରେ ଗୁଜରାଟ ହାଇକୋର୍ଟରୁ ଅାଇନଜୀବୀ ଭାବେ କ୍ୟାରିୟର ଅାରମ୍ଭ କରିଥିଲେ ଜଷ୍ଟିସ୍ ଜାଭେରୀ। ସେ ହାଇକୋର୍ଟ ବାର୍ ଅାସୋସିସଏସନ୍‌ର ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ।   ୨୦୦୪ ମସିହାରେ ମାର୍ଚ୍ଚ ମାସରେ ତାଙ୍କୁ ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

୨୦୧୬ ମସିହା ଅଗଷ୍ଟ ମାସରେ ଜଷ୍ଟିସ୍‌ ଜାଭେରୀ ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲେ।  ବିଚାରପତି ହେବା ପୂର୍ବରୁ ୧୯୮୧ରୁ ୯୭ ପର୍ଯ୍ୟନ୍ତ ଜଷ୍ଟିସ୍‌ ଜାଭେରୀ ଭାରତ ସ୍କାଉଟ୍ ଓ ଗାଇଡ୍ସର ବିଭିନ୍ନ ପଦପଦବୀରେ  ଥିଲେ ଏବଂ ୨୦୦୨ରୁ ୨୦୦୪ ଯାଏଁ ସେ ସ୍କାଉଟ୍‌ର ଷ୍ଟେଟ୍ କମିଶନର ଭାବେ ନିଯୁକ୍ତ ହୋଇଥିଲେ।

You might also like