ଏମ୍ସ ଛାତ୍ର ନିଖୋଜ ଘଟଣା: ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତେକ୍ଷପ ଲୋଡ଼ିଲେ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାଶ୍ମୀରୀ ଛାତ୍ର ସୁହେଲ୍ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଅନୁରୋଧ।
ମେହବୁବା ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କୁ ଅନୁରୋଧ କରିଛନ୍ତି।
ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୁହେଲ୍ ଅଜାଜ୍ ଫେବ୍ରୁୟାରୀ ୯ ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରିନଥିବା ଥାନାରେ ଅଭିଯୋଗ ହେଇଥିଲା
Concerning reports coming in about a Kashmiri student, Suhail Aijaz of Kupwara being kidnapped in Odisha. I request the authorities to investigate & take swift action. @CMO_Odisha @Naveen_Odisha
— Mehbooba Mufti (@MehboobaMufti) March 5, 2018
ସେପଟେ କମିଶନରେଟ୍ ପୋଲିସ ପଶ୍ଚିମବଙ୍ଗକୁ ଯାଇ ନିଖୋଜ ଘଟଣାର ଅନୁସନ୍ଧାନ କରି ଫେରିଆସିଥିଲେ ହେଁ, ସୁହେଲ୍ ସମ୍ପର୍କରେ କୌଣସି ସୁରାଗ୍ ପାଇପାରିନାହିଁ।
ସୁହେଲଙ୍କ ନିଖୋଜ ପରଠାରୁ ତାଙ୍କ ବାପା ଓ ଭାଇ ଭୁବନେଶ୍ୱରରେ ଅଛନ୍ତି। ସେପଟେ ସୁହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ଏକ ସନ୍ଦିଗ୍ଧ ପୋଷ୍ଟର ସୋମବାର ଦେଖିବାକୁ ମିଳିଥିଲା। କମିଶନରେଟ ପୋଲିସ ଅଧିକାରୀ ପୋଷ୍ଟରକୁ ଜବତ କରି ଛାନଭିନ୍ କରୁଛି।