ବଜାରକୁ ଆସିଲା ‘ଜିଓ ଫୋନ ୨’

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଥିବା ‘ଜିଓ ଫୋନ ୨’ ଆଜିଠୁ ଅନ୍‌ଲାଇନରେ ଉପଲବ୍ଧ ହୋଇଛି। ଏହାର ଫ୍ଲାସ୍‌ ସେଲ୍‌ jio.comରେ ଦିନ ୧୨ଟାରେ ଆରମ୍ଭ ହୋଇଥିବାବେଳେ ଏହାର ପରବର୍ତ୍ତୀ ଫ୍ଲାସ୍‌ ସେଲ୍‌ ଅଗଷ୍ଟ ୩୦ରେ ହେବ।

ଜିଓ ଫୋନ୍‌ ୨ରେ horizontal ସ୍କ୍ରିନ୍‌ ଡିସ୍‌ ପ୍ଲେ ସହ full keyboard ରହିଛି। ଏହାର ମୂଲ୍ୟ ୨ହଜାର ୯୯୯ଟଙ୍କା। ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ଅନେକ ସୁବିଧା  ରହିଛି।

ଏଥିରେ ଡୁଆଲ-ସିମ୍‌ (ନାନୋ) ସପୋର୍ଟ କରିବା ସହ ୨.୪ ଇଞ୍ଚର QVGA ଡିସ୍‌ପ୍ଲେ ରହିଛି। ସେହିପରି ୫୧୨MB RAM ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ପୁରୁଣା ଜିଓ ଫୋନ୍‌ ବ୍ୟବହାରକାରୀ ୫୦୧ଟଙ୍କା ଦେଇ ଜିଓ ଫୋନ୍‌ର ଅପଗ୍ରେଡ୍ କରାଇପାରିବେ।

୨୦୧୭ ମସିହା ଜୁଲାଇରେ ପ୍ରଥମ ଜିଓ ଫୋନ ଲଞ୍ଚ ହୋଇଥିଲା। ଏଥିରେ 4G VoLTE ନେଟୱର୍କ ରହିବା ସହ ଜିଓ ଆପ୍ସ୍‌ ମଧ୍ୟ ରହିଛି।

You might also like