ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ହୋଇପାରନ୍ତି ୨ ଜେସିବି ଅପରେଟର

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବରିପୁଟ ଷ୍ଟୋନ୍ ଟ୍ରାଜେଡି ଘଟଣାରେ ଆଜି ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତ ୫ଦିନ ହେଲା ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବାକୁ ଚେଷ୍ଟା ଜାରି ରହିଛି ବୋଲି ଜୟପୁର ସବ୍‌କଲେକ୍ଟର ଲୋକନାଥ ଦଳବେହେରା କହିଛନ୍ତି।

ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍ ମିଳିତ ଅପରେସନ୍ ଜାରି ରଖିଛନ୍ତି। ଓଡ୍ରାଫ୍ ଡିଏସ୍‌ପି ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ତେବେ ଶହଶହ ଟନ୍‌ର ବିଶାଳକାୟ ପଥର ଘୁଞ୍ଚାଇବା ପାଇଁ ଆବଶ୍ୟକ ମେସିନ୍ ଅଭାବ ଯୋଗୁ  ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଦୁର୍ଘଟଣା ଯୋଗୁ ପଥର ତଳେ ଚାପି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇପାରିନାହିଁ।

୨ ଜେସିବି ଅପରେଟର ହେଲେ ଦେବଗଡ଼ର ଘନଶ୍ୟାମ ଗୁରୁ ଓ ଆଠଗଡ଼ର ସଞ୍ଜୟ ଦାସ। ତାଙ୍କ ପରିବାର ଲୋକ ଗତ ୪ ଦିନ ହେଲାଣି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ

You might also like