୧୧ ଦିନ ପରେ ଜଣଙ୍କର ମୃତଦେହ ଠାବ

ଜୟପୁର : ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। କୋରାପୁଟ ଜିଲ୍ଲା ବୋରିପୁଟ ପଥର ତଳୁ ଶେଷରେ ମିଳିଲା ଜେସିବି ଅପରେଟରଙ୍କ ମୃତଦେହ। ପଥର ଧସିବାର ୧୧ ଦିନ ପରେ ମୃତଦେହକୁ ଠାବ କରାଯାଇଛି।

ଅଗ୍ନିଶମ, ଓଡ଼୍ରାଫ୍, ଏନ୍‌ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ ଥିବାରୁ ଚିହ୍ନଟ କରାଯାଇପାରୁନି। ତେଣୁ ଦୁର୍ଘଟଣା ପରଠୁ ନିଖୋଜ ଥିବା ଜେସିବି ଅପରେଟର୍ ଘନଶ୍ୟାମ ଗୁରୁ ଏବଂ ସଂଜୟ ଦାସଙ୍କ ପରିବାରକୁ ଡାକିଛି ଜିଳ୍ଲା ପ୍ରଶାସନ। ଅନ୍ୟ ଜଣେ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ୍।

ଦେଖନ୍ତୁ ଏହି ଭିଡ଼ିଓ –

You might also like