ନିଆରା ନିଶା : ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରି ଚର୍ଚ୍ଚାରେ ଏହି ଯୁବକ

ଭୁବନେଶ୍ୱର : ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା ଅନୁଭବ ସାଉଁଟିଛନ୍ତି , ଯାହାକି ଏବେ ତାଙ୍କର ଏକ ଦୁର୍ବଳତା ପାଲଟିଯାଇଛି।

ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଶତାଧିକ ଖେଳାଳିଙ୍କ ସ୍ପୋର୍ଟ ଜର୍ସି ସଂଗ୍ରହ କରିସାରିଲେଣି। ପ୍ରବୋଧ ତିର୍କିଙ୍କ ଠାରୁ ସାଇନା ନେହ୍ୱାଲ୍ ଓ ଗୁରକିରତ ସିଂ ମନ୍‌ଙ୍କ ପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରିଛନ୍ତି ଏବଂ ଖାଲି ଭାରତୀୟ ଖେଳାଳିଙ୍କର ନୁହେଁ ଅନ୍ତର୍ଜାତୀୟ ସ୍ତରର କ୍ରିକେଟର, ସଟଲର୍‌ , ଫୁଟବଲ ଓ  ହକି ଆଦି ଖେଳର ଲୋକପ୍ରିୟ ଖେଳାଳିଙ୍କ  ଜର୍ସି ସଂଗ୍ରହ କରିଛନ୍ତି।

ସଂପୂର୍ଣ୍ଣ କହନ୍ତି, ସେ ୨୦୧୩ ମସିହାରେ ପ୍ରଥମେ ହକି ଖେଳାଳିଙ୍କ ଜର୍ସି ସଂଗ୍ରହ କରିବା ଆରମ୍ଭ କରିଥିଲେ। ତା’ପରେ ଧିରେ ଧିରେ ଅନ୍ୟ ସବୁ ଖେଳର ଜର୍ସି ପାଇଁ ତାଙ୍କର ଉତ୍ସାହ ବଢିଲା। ଏବେ ସେ ବିଭିନ୍ନ ଖେଳର ଜର୍ସି ଓ ଟୋପି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସୁଦ୍ଧା ସେ ଶହେରୁ ଅଧିକ ଖେଳାଳିଙ୍କ ପୋଷାକ ସଂଗ୍ରହ କରିସାରିଲେଣି। ଏଥିପାଇଁ ସବୁ ଖେଳାଳିଙ୍କ ସହ ନିଜର ପିତାମାତା ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ଏହିମାନଙ୍କ ସାହାଯ୍ୟ ଓ ପ୍ରେରଣାରେ ସେ ଏତେ ବାଟ ଆଗେଇଛନ୍ତି ବୋଲି କୁହନ୍ତି ସଂପୂର୍ଣ୍ଣ।

ଏକ ପ୍ରାଇଭେଟ୍ ମେଡିକାଲ୍ କଲେଜରେ ଦନ୍ତ ବିଭାଗର ଛାତ୍ର ଥିବା ସଂପୂର୍ଣ୍ଣ, ଜର୍ସି ସଂଗ୍ରହ ପାଇଁ ଦେଶ ଭିତରେ ଯେଉଁଠାରେ ଖେଳ ଅନୁଷ୍ଠିତ ହୁଏ ସେଠାକୁ ଯାଇଥାନ୍ତି। ଖାଲି ନିଜ ଦେଶର ଖେଳାଳିଙ୍କର ନୁହେଁ , ଅନ୍ତର୍ଜାତୀୟ ଖେଳାଳିଙ୍କର ଜର୍ସି ମଧ୍ୟ ସଂଗ୍ରହ କରନ୍ତି।

ଏବେ ଭୁବନେଶ୍ୱର ଏକ ସ୍ପୋର୍ଟ୍ସ ହବ୍ ପାଲଟିଯାଇଛି। ନିୟମିତ ସମୟ ବ୍ୟବଧାନରେ ଏଠାରେ ବିଭିନ୍ନ ପ୍ରକାରରର ଖେଳ ସବୁ ଅନୁଷ୍ଠିତ ହେଉଛି। ସଂପୂର୍ଣ୍ଣ ଏହି ଖେଳ ସମୟରେ କର୍ମକର୍ତ୍ତାଙ୍କ ଅନୁମତି ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଖେଳାଳିଙ୍କୁ ସାକ୍ଷାତ୍ କରନ୍ତି। ଏବଂ ସେମାନଙ୍କର ଜର୍ସି ଉପହାର ସ୍ୱରୂପ ଦେବାକୁ କହିଥାନ୍ତି।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like