ପ୍ରକାଶ ପାଇଲା JEE ଆଡ଼ଭାନ୍ସଡ଼ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ୍‌ (ଜେଇଇ) ଆଡ଼ଭାନ୍ସଡ଼ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍‌ jeeadv.ac.in ରେ ରେଜଲ୍ଟ ଜାଣିପାରିବେ।

JEE ଆଡ଼ଭାନ୍ସଡ଼ ୨୦୧୮ର Common Rank List (CRL)ରେ ରୁର୍‌କି ଜୋନର ପ୍ରଣବ ଗୋଏଲ୍‌ ସାରା ଦେଶରେ ୧ ନମ୍ବର ସ୍ଥାନରେ ରହି ଟପ୍ପର ହୋଇଛନ୍ତି। ସେ ତାଙ୍କର କଠିନ ପରିଶ୍ରମ, ବାପା ମାଙ୍କ ପ୍ରେରଣା ଓ ଶିକ୍ଷକଙ୍କୁ ସେ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତିା

ସେହିପରି ଦିଲ୍ଲୀ ଜୋନ୍‌ର ମୀନାଲ ପାରଖ CRL 6 ସ୍ଥାନରେ ରହି ଝିଅମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଜେଇଇ ଅାଡଭାନ୍ସଡରେ ୮୨ ନମ୍ବର ସ୍ଥାନରେ ରହି ଓଡିଶା ଟପ୍ପର ହୋଇଛନ୍ତି  ଭୁବନେଶ୍ୱରର ସାର୍ଥକ ବେହେରା। ସେ ଅାଇଅାଇଟି ଖଡଗପୁର ଜୋନରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ନିଜ ସଫଳତାକୁ ନେଇ ସେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ଅାଗକୁ ଜଣେ କମ୍ପ୍ୟୁଟର ଗେମ୍ ଡିଜାଇଜନ୍‌ର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସାର୍ଥକ।

ଚଳିତ ବର୍ଷ ମୋଟ୍‌ ୧ ଲକ୍ଷ ୫୫ ହଜାର ୧୫୮ଜଣ ଛାତ୍ରଛାତ୍ରୀ JEE ଆଡ଼ଭାନ୍ସଡ଼ର ଉଭୟ ପେପର ୧ ଓ ୨ରେ ପରୀକ୍ଷାଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ହଜାର ୧୩୮ ଜଣ ଛାତ୍ରଛାତ୍ରୀ JEE ଆଡ଼ଭାନ୍ସଡ଼ ଲାଗି କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ଜେଇଇ ଅାଡଭାନ୍ସ ପରୀକ୍ଷା ହୋଇଥିଲା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like