ଆସ୍ଥା ଭୋଟରେ ଜିତିଲେ କୁମାରସ୍ୱାମୀ, ୟେଦ୍ୟୁରପ୍ପାଙ୍କ ତାତ୍ସଲ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି।

ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ଜେଡିଏସ୍‌ କଂଗ୍ରେସ ମେଣ୍ଟ ସରରାର ଗଠନ ପାଇଁ ଦାବି କରିଥିଲେ। ବୁଧବାର ମେଣ୍ଟର ନେତା ଭାବେ କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ବିଧାୟକ ରମେଶ କୁମାର ବିଧାନସଭା ବାଚସ୍ପତି  ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଓ ଜ଼େଡିଏସ୍ ମେଣ୍ଟ ପକ୍ଷରୁ କଂଗ୍ରେସ ବିଧାୟକ ରମେଶ କୁମାରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା। ବିଜେପି ପକ୍ଷରୁ ମଧ୍ୟ ବରିଷ୍ଠ ବିଧାୟକ ଏସ. ସୁରେଶ କୁମାର ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ଆସ୍ଥା ଭୋଟ ପୂର୍ବରୁ ଏସ. ସୁରେଶ କୁମାର ବାଚସ୍ପତି ନିର୍ବାଚନରୁ ଓହରିଯାଇଥିଲେ। ଫଳରେ ରମେଶ କୁମାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like