ସୁସ୍ଥ ଅଛନ୍ତି ହାସ୍ୟ ଅଭିନେତା ଜୟୀ

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍‌ ଜୟୀରାମ ସାମଲଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି।

ସେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଅସୁସ୍ଥତା ଖବର ପାଇ ଓଡ଼ିଆ ସିନେ କଳାକାରମାନେ ତାଙ୍କୁ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଜର ଅଭିନୟ ପାଇଁ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ।

୧୯୭୦ ମସିହାରୁ ହାସ୍ୟ ଅଭିନେତା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜାଇଫୁଲ, ଜଗା ବଳିଆ, ଯାଯାବର, ଜନନୀ, ପ୍ରତିଧ୍ୱନି , ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଆରତୀ, କାବେରୀ, ସ୍ୱପ୍ନ ସାଗର, ବାସନ୍ତୀ, ଅପା ଭଳି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଏହି କଳାକାର।

You might also like