ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଜୟନ୍ତ ପଣ୍ଡାଙ୍କ ବୈଠକକୁ ନେଇ ଚର୍ଚ୍ଚା

କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଗସ୍ତ ଓ ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଠକକୁ ନେଇ ଚର୍ଚ୍ଚା।  ବୈଜୟନ୍ତ ଗତକାଲି ସଂଧ୍ୟାରେ ବିଜେପି ନେତା ସମୀର ଦେଙ୍କ ବାସଭବନରେ ସହରର କିଛି ବୁଦ୍ଧିଜୀବୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିବା ଜଣାପଡ଼ିଛି।  ହେଲେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନି।

କିନ୍ତୁ ବୈଜୟନ୍ତ ପଣ୍ଡାଙ୍କ ଏହି ଅନୌପଚାରିକ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।  ବିଜେଡିରୁ ଇସ୍ତଫା ଦେବା ପରେ ପୂର୍ବରୁ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ନେଇ ଚର୍ଚ୍ଚା ହେଉଥିଲା।

ତେବେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ପାଇଁ ସବୁ ବିକଳ୍ପ ଖୋଲା ଅଛି ବୋଲି ସେ ପୂର୍ବରୁ ସ୍ପଷ୍ଟ କରିଥିଲେ। କିନ୍ତୁ ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଜୟନ୍ତଙ୍କ ଗତକାଲିର ଆଲୋଚନାକୁ ନେଇ ବୈଜୟନ୍ତ କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

You might also like